ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା, ମମିତା ମେହେର ହତ୍ୟା ମାମଲାର ଥିଲେ ମୁଖ୍ୟ ଅଭିଯୁକ୍ତ
20/12/2022 at 11:28 AM

କଣ୍ଟାବାଞ୍ଜି ୨୦।୧୨ : ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।
ଖବର ଅନୁଯାୟୀ, କଳାହାଣ୍ଡିର ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲେ ଗୋବିନ୍ଦ ସାହୁ । ମଙ୍ଗଳବାର ଦିନ ଜେଏମ୍ଏଫ୍ସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ ସାହୁ । ତାପୂର୍ବରୁ ସେ କଣ୍ଟାବାଞ୍ଜି ଜେଲ୍ରେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ । ଏହାପରେ ଜେଲ୍ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଗୋବିନ୍ଦ ସାହୁଙ୍କୁ ମୃତ ଘୋଷଣା କରିଛନ୍ତି ।