ଜେଲକୁ ଗଲା ପୁଞ୍ଜିଲାଲ !
7/05/2018 at 10:31 AM

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସରିଲା ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କ ରିମାଣ୍ଡ । ସ୍ବାସ୍ଥ୍ୟ ପରୀକ୍ଷା ପରେ ପଟଣାଗଡ SDJM କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ପୁଞ୍ଜିଲାଲକୁ ପାଟଣାଗଡ ଜେଲ୍ ପଠାଇ ଦିଆଯାଇଛି । ଆବଶ୍ୟକ ପଡିଲେ ପୁଣି ଥରେ ପୁଞ୍ଜିଲାଲକୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ସୌମ୍ୟ ଶେଖରଙ୍କ ଘରକୁ ପାର୍ସଲ ବୋମା ଭଇଁସା ଜ୍ୟୋତିବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମହେର ପଠାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଆଗରେ ମାନିଛି । ଏବେ ତା ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟରେ ୬ ଦିନ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ମାରାଥନ୍ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଦ୍ବିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ସମୟରେ ତଦନ୍ତକାରୀ ଦଳ ଆଗରେ ଡେମୋ ଦେଖାଇଛି ପୁଞ୍ଜିଲାଲ । ରାୟପୁରରେ ଡିଟିଡିସି, ସ୍କାଏକିଙ୍ଗ କୋରିୟର କମ୍ପାନୀରେ କ୍ରାଇମବ୍ରାଞ୍ଚ ପଚରା ଉଚରା କରିବା ସହ ରିକ୍ସା ଓ ଅଟୋ ଚାଳକ ସଂଘ ସହାୟତାରେ ବି ପ୍ରମାଣ ଯୋଗାଡ ଚାଲିଛି । ତେବେ ଯେଉଁ ଅଟୋଚାଳକ ଏବଂ ରିକ୍ସା ଚାଳକ ନିଜ ଆଡ଼ୁ ଆସି କ୍ରାଇମବ୍ରାଞ୍ଚକୁ ସହଯୋଗ କରିବେ ସେହି ଦୁଇ ଜଣଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ମଧ୍ୟ କରିଛନ୍ତି ।