ଜାରି ରହିଛି କାଳ ବୈଶାଖୀ ଭୟ
21/05/2018 at 5:43 AM

ଜାରି ରହିଛି କାଳ ବୈଶାଖୀ ଭୟ । ଉପକୂଳ ଓଡିଶା ସମେତ ୨୨ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା । ଆଜି ଓ ଆସନ୍ତାକାଲି ୨୨ଟି ଜିଲ୍ଲାରେ ଝଡବର୍ଷା ହେବ । ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି । ବଙ୍ଗୋପସାଗର ଉପକୂଳରେ ପାଗ ଖରାପ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ରବିବାର ସଂଧ୍ୟା ସମୟରେ ଭୁବନେଶ୍ବର କଟକ, ଖୋର୍ଦ୍ଧା, ସମେତ ଉପକୀଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଛି । ସେହିପରି ୨୫ ତାରିଖଠାରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ଏପରି ସ୍ଥିତି ୨୭ ଯାଏ ଲାଗି ରହିବ । ମେ ୨୯ରେ ମୌସୁମୀ କେରଳ ଛୁଇଁବ । ଓଡିଶାରେ ଜୁନ ୬ ସୁଦ୍ଧା ପହଞ୍ଚିବାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।