Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ;ଆଜି ଶୁଣାଣି କରିବେ 5ଜଣିଆ ସାମ୍ବିଧାନିକ ବେଞ୍ଚ

8/05/2018 at 5:10 AM

ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ମାମଲାର ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି । ଜଷ୍ଟିସ ଏ.କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚ ମାମଲାର ଶୁଣାଣି କରିବେ । ବିରୋଧୀ ଦଳ ପକ୍ଷରୁ ଆଗତ ମହାଭିଯୋଗ ନୋଟିସକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଖାରଜ କରିଦେବାରୁ ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା । ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ । ବିଚାରପତି ଏକେ ସ୍ରିକ୍ରି,ବିଚାରପତି ଏସ ଏ ବୋବଦେ,ବିଚାରପତି ଏନ ବି ରମନ୍ନା,ବିଚାରପତି ଅରୁଣ ମିଶ୍ର,ବିଚାରପତି ଏକେ ଗୋଏଲଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର କରିବେ ଶୁଣାଣି । ଜାନୁଆରି ୧୨ରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ମାମଲା ଆବଣ୍ଟନ କ୍ଷମତାକୁ ଚ୍ୟାଲେଂଜ କରିଥିଲେ ଅନ୍ୟ ୪ ଜଣ ବିଚାରପତି । ଏହାକୁ ନେଇ ସେତେବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave a Reply

   Related Posts