ଜଳୁଛି ପଶ୍ଚିମ ଓଡ଼ିଶା, ସମ୍ବଲପୁରର ତାପମାତ୍ରା ୪୩ ଡିଗ୍ରୀ
8/05/2018 at 9:37 PM

ସମ୍ବଲପୁରରେ ଏବେ ଅସହ୍ୟ ଗରମ ଅନୁଭୂତ ହେଉଛି। ଗତ ଏକ ସପ୍ତାହ ଧରି, ସମ୍ବଲପୁରରେ ତାପମାତ୍ରା ୪୦ରୁ ୪୩ଡିଗ୍ରୀ ମଧ୍ୟରେ ରହୁଛି। ଲୋକମାନେ ସକାଳ ୯ଟା ପରଠାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି। ସାରା ଦିନ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ, ରାତିରେ ମଧ୍ୟ ଲୋକମାନଙ୍କୁ ନିସ୍ତାର ନାହିଁ। ପ୍ରବଳ ଝାଞ୍ଜି ବହିବା ସହ,ଗରମ ପବନ ସାଧାରଣ ଲୋକଙ୍କ ଜୀବନ ଅସହ୍ୟ ହୋଇପଡିଛି। ଏହି ସହ ସାରା ସମ୍ବଲପୁର ସହରରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଜଳଛତ୍ର ଖୋଲିନଥିବା ବେଳେ, ପାନୀୟ ଜଳର ଘୋର ଅଭାବ, ଅଂଶୁଘାତର ଆଶଙ୍କା ସୃଷ୍ଟି କରିଛି।
Related Posts
୪୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ
7 July 2022