ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମୁଦ୍ର ମଝିରେ ଜଳିଗଲା ମାଛଧରା ଟ୍ରଲର, ସମସ୍ତ ମତ୍ସଜୀବୀ ସୁରକ୍ଷିତ

6/10/2022 at 12:06 PM

ଚାନ୍ଦବାଲି ୦୬।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ହୁଇଲର ଦୀପ ନିକଟରେ ଅଘଟଣ । ସମୁଦ୍ର ମଝିରେ ଜଳିଗା ମାଛଧରା ବୋଟ୍‌ । ଅଗ୍ନିକାଣ୍ଡ ପରେ ଟ୍ରଲର୍‌ଟି ବୁଡିଯାଇଛି । କିନ୍ତୁ ସୌଭାଗ୍ୟବଶଃ ସମସ୍ତ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ଧାମରା ଦୋଷାଙ୍ଗୀ ପଞ୍ଚାୟତର ଟ୍ରଲର ମାଲିକ ସମରେଶ ପରିଡ଼ାଙ୍କ ମା ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ଜଣ ମତ୍ସଜୀବୀଙ୍କୁ ନେଇ ମାଛ ଧରୁବାକୁ ଯାଇଥିଲା । ଏହି ସମୟରେ କୌଣସି କାରଣରୁ ହଠାତ୍‌ ଟ୍ରଲରଟିରେ ନିଆଁ ଲାଗିଯାଇଥିଲା । ଅଗ୍ନି ପ୍ରଖର ଥିବାରୁ ମତ୍ସଜୀବୀମାନେ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁପଡିଥିଲେ । ନିକଟରେ ଥିବା ଅନ୍ୟ ଟ୍ରଲର ଧିବରମାନେ ୧୦ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି l

   Related Posts