ଜବ୍ ରାକେଟର୍ ପର୍ଦ୍ଦାଫାଶ, ୟୁପି ଆଲିଗଡ଼ରୁ ମାଷ୍ଟରମାଇଣ୍ଡ ଜାଫର ଗିରଫ
31/12/2022 at 3:03 PM

ଭୁବନେଶ୍ୱର ୩୧।୧୨ : ବଡ଼ଧରଣର ଜବ୍ ରାକେଟର୍ ପର୍ଦ୍ଦାଫାଶ କଲା EOW । ମାଷ୍ଟରମାଇଣ୍ଡ ଜାଫର ଅହମ୍ମଦ ଗିରଫ । ମାଷ୍ଟରମାଇଣ୍ଡକୁ ଉତ୍ତରପ୍ରଦେଶର ଆଲିଗଡ୍ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ପରେ ଜାଫରଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି EOW । ୫୦ ହଜାର ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲେ ।
ଖବର ଅନୁଯାୟୀ, ଉତ୍ତରପ୍ରଦେଶ ଆଲିଗଡ଼ରୁ ଅପରେଟ ହେଉଥିଲା ଏହି ରାକେଟ୍ । ଚାକିରୀ ଅଶାୟୀଙ୍କୁ କରୁଥିଲେ ଟାର୍ଗେଟ । ଗୁଜୁରାଟ, କର୍ଣ୍ଣାଟକ. ଆନ୍ଧ୍ର, ଓଡିଶା ଓ ପଶ୍ଚିମବଙ୍ଗର ଆଶାୟୀଙ୍କୁ କରୁଥିଲେ ଟାର୍ଗେଟ । ପ୍ରାୟ ୫୦ ହଜାର ଆଶାୟୀଙ୍କୁ ଠକି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଉତ୍ତରପ୍ରଦେଶର ଉଚ୍ଚ ଶିକ୍ଷିତ ଇଞ୍ଜିନିୟର ୱେବସାଇଟ ଡେଭେଲପେରଙ୍କ ସହାୟତାରେ କରୁଥିଲେ ଲୁଟ । କଲ ସେଣ୍ଟରରେ ୫୦ ପିଲାଙ୍କ ଜରିଆରେ କରୁଥିଲେ ଫ୍ରଡ଼ ।
ସେହିପରି ୧୦୦୦ ଫେକ ସିମ୍ ଓ ୫୩୦ ହ୍ୟାଣ୍ଡସେଟ ଠକେଇରେ ବ୍ୟବହାର କରୁଥିଲେ । କଲ ସେଣ୍ଟରରେ ୧୫ ହଜାର ଦରମା ଦେଉଥିଲେ । ପୋଲିସ ଓ ଗୁଇନ୍ଦାର ଗତିବିଧିକୁ ଟ୍ରାକ କରୁଥିଲେ । ହ୍ୱାଟସପ୍ର ଭଏସ କଲ ଫେକ ସିମ କରି ଠକେଇ କରୁଥିଲେ । ଏପିରିକି ଟ୍ର କଲ୍ରେ ଧରାପଡିଯିବା ଭୟରେ ସ୍କିମ୍ ନାଁ ନମ୍ବର ସେଭ୍ କରୁଥିଲେ । ପ୍ରାୟ ୧୦୦ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି ଠକେଇ କରୁଥିଲେ । ଜନସେବା କେନ୍ଦ୍ର ଦ୍ୱାରା QR କୋଡ଼ ବ୍ୟବହାର କରି ଟଙ୍କା ଉଠାଉଥିଲେ । ଜାଫର ଅହମ୍ମଦ ଜଣେ ଇଞ୍ଜିନିୟର । ତାଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଛି EOW