scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜନସନ ଏଣ୍ଡ ଜନସନ ବେବି ପାଉଡରରେ କେମିକାଲ ମିଶୁଥିବା କମ୍ପାନୀ ଆଗରୁ ଜାଣିଥିଲା, ତଥାପି ଚୁପ ଥିଲା

15/12/2018 at 4:03 PM

ୱାସିଂଟନ ୧୫/୧୨ : ଆମେରିକା ଫର୍ମା କମ୍ପାନୀ ଜନସନ ଏଣ୍ଡ ଜନସନ ବହୁ ପୂର୍ବରୁ ଜାଣିଥିଲା ଯେ, ତାର ବେବି ପାଉଡରରେ ଏସବେଷ୍ଟସ ନାମକ ହାନିକାରକ କେମିକାଲ ରହିଛି | ଏକ ନ୍ୟୁଜ ଏଜେନ୍ସି ସୂତ୍ରରୁ ଏହା ଜଣାପଡିଛି | ନ୍ୟୁଜ ଏଜେନ୍ସି ଦାବି ମୁତାବକ ୧୯୭୧ ମସିହା ଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ କମ୍ପାନୀର ବେବି ପାଉଡର ଟେଷ୍ଟିଙ୍ଗରେ ବହୁତ ଥର ଏସବେଷ୍ଟସ କେମିକାଲ ମିଶାଯାଇଛି |

ରିପୋର୍ଟରେ ଦର୍ଶାଯାଇଛି ଯେ, ଜନସନ ଏଣ୍ଡ ଜନସନ କମ୍ପାନୀର ଅଧିକାରୀ, ପ୍ରବନ୍ଧକ, ବୈଜ୍ଞାନିକ, ଡାକ୍ତର ଏବଂ ଓକିଲ ମଧ୍ୟ ଜାଣିଥିଲେ ଯେ, ପାଉଡରରେ କେମିକାଲ ଅଛି ତଥାପି ସବୁ ଜାଣିଶୁଣି ଏମାନେ ଏହାକୁ ଲୁଚେଇଥିଲେ | ଆମେରିକୀୟ ରେଗୁଲେଟର୍ସର ଯୋଜନା ଅନୁସାରେ ପାଉଡରରେ ସୀମିତ ମାତ୍ରାରେ ଏସବେଷ୍ଟସ କେମିକାଲ ରହିବା | କିନ୍ତୁ କମ୍ପାନୀ ରେଗୁଲେଟର୍ସଙ୍କ ଉପରେ ଚାପ ପକେଇଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ |

ରିପୋର୍ଟ ଅନୁଯାୟୀ, ଜନସନ ଏଣ୍ଡ ଜନସନ କମ୍ପାନୀ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି | କମ୍ପାନୀ କହିଛି ଯେ, ଆବେଦନକାରୀଙ୍କ ଓକିଲମାନେ ନିଜ ଫାଇଦା ପାଇଁ ଦସ୍ତାବେଜ ବଦଳେଇ ଦେଇଛନ୍ତି | ଏଭଳି କରି ସେମାନେ କୋର୍ଟକୁ ଭ୍ରମିତ କରିବାକୁ ଚାହୁଁଛନ୍ତି ବୋଲି କହିଛି କମ୍ପାନୀ | ସେ କହିଛନ୍ତି ଯେ, ତାଙ୍କ ତିଆରି ପାଉଡରରେ କୌଣସି ହାନିକାରକ କେମିକାଲ ନାହିଁ |

ଜନସନ ଏଣ୍ଡ ଜନସନ ବେବି ପାଉଡରରେ ହାନିକାରକ କେମିକାଲ ଥିବା ଘଟଣା ଆଗରୁ ମଧ୍ୟ ସାମ୍ନାକୁ ଆସିଛି | ଗତ ଜୁଲାଇ ମାସରେ ଆମେରିକାର ସେନ୍ଟ ଲୁଇସ କୋର୍ଟ ପାଉଡରରେ ଏସବେଷ୍ଟସ କେମିକାଲ ମିଶ୍ରଣ ଥିବା ପ୍ରମାଣ ପାଇବା ପରେ ୩୪ ହଜାର କୋଟି ଟଙ୍କାର ଜୋରିମାନା ଆଦେଶ ଦେଇଥିଲେ | ଏହି ଟଙ୍କା ସେହି ୨୨ ମହିଳା ଏବଂ ତାଙ୍କ ପରିବାରକୁ ଦିଆଯାଇଥିଲା ଯେଉଁମାନେ ପାଉଡରରେ କେମିକାଲ ଥିବା ଦାବି କରିଥିଲେ | ଏହି ଘଟଣା ପରେ ହିଁ ପ୍ରଥମେ ଜଣାପଡିଥିଲା ଯେ, ଜନସନ ବେବି ପାଉଡରରେ କେମିକାଲ ରହୁଛି |

   Related Posts