ଜଣେ ନାବାଳକକୁ ମୃତ୍ୟୁ ମୁଖରୁ ବଞ୍ଚାଇ ନିଜେ ମୁତ୍ୟୁ ଶଯ୍ୟାରେ, ଚିକିତ୍ସା ପାଇଁ ଟଙ୍କା ନାହିଁ
4/06/2018 at 11:34 PM

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡପାଳ ପଂଚାୟତ କାଙ୍କଡପାଳ ଗ୍ରାମର ଜଣେ ଯୁବକ ଅନ୍ୟର ଜୀବନ ବଂଚାଇବାକୁ ଯାଇ ନିଜେ ୪ ମାସ ହେଲା ମୁତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯୁବକ ଜଣକ ହେଲେ ନିଦ ଦେହୁରୀ । ଚିକିତ୍ସା ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନଥିବା ବେଳେ ତାଙ୍କ ବୃଦ୍ଧ ବାପା ନିତ୍ୟାନନ୍ଦ ଦେହୁରୀ ପୁଅକୁ ବଂଚାଇବା ନିମନ୍ତେ ପ୍ରଶାସନ ତଥା ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି । ଘରକୁ ଫେରିବା ପାଇଁ ନିଦ ଦେହୁରୀ ସୁକିନ୍ଦା ଥାନା ଅନ୍ତର୍ଗତ ବାମ୍ବିଲୋ ଛକ ନିକଟରେ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ବାଇକ ଚାଳକ ନିୟନ୍ତ୍ରଣ ହରାଇ ପାଖରେ ଛିଡା ହୋଇଥିବା ଜଣେ ନାବାଳକ ଆଡକୁ ମାଡି ଆସିଥିଲେ । ଉକ୍ତ ନାବାଳକଙ୍କ ଜୀବନ ବଂଚାଇବାକୁ ପାଇଁ ନିଦ ଦଉଡିଯାଇ ପିଲାଟିକୁ ଟାଣିଆଣିଥିଲେ । ସେହି ସମୟରେ ପିଲାର ଜୀବନ ତ ରକ୍ଷା ପାଇଥିଲା, କିନ୍ତୁ ନିଦଙ୍କ ସହ ବାଇକଟି ଧକ୍କା ହୋଇ ଯାଇଥିଲା । ଫଳରେ ମୁଣ୍ଡ ଏବଂ ବେକରେ ଗୁରୁତର ଆଘାତ ଲାଗିଥିଲା ।