scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛତ୍ରପୁରରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ, ମତ୍ସ୍ୟଜୀବୀଙ୍କୁ ବୀମା କରାଇବାକୁ ପରାମର୍ଶ

21/11/2021 at 9:42 PM

ଖଲ୍ଲିକୋଟ, ୨୧।୧୧: ଛତ୍ରପୁର ଉପକଣ୍ଠ କଣମଣା ସ୍ଥିତ ଅତିରିକ୍ତ ମତ୍ସ୍ୟଅଧିକାରୀ (ସାମୁଦ୍ରିକ) ଗଞ୍ଜାମଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ମତ୍ସ୍ୟଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କୋଭିଡ ନିୟମ ପ୍ରକାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ଏହି ସଭାରେ ମତ୍ସ୍ୟ ଉପ ନିର୍ଦ୍ଦେଶକ (ଗଞ୍ଜାମ ଜୋନ ) ହେମନ୍ତ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିବା ସହ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତଥିବା ମତ୍ସ୍ୟଜୀବୀମାନଙ୍କୁ ଅଵଗତ କରାଇଥିଲେ ।

ଏହା ସହ ସଠିକ ହିତାଧିକାରୀମାନେ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ପାଇପାରିବେ ସେ ସମ୍ପର୍କରେ ସଚେତନତା କରାଇଥିଲେ ଶ୍ରୀ ଦାଶ l ଏପରିକି ମତ୍ସ୍ୟଜୀବୀ ମାନେ ଦୈନିକ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଛନ୍ତି । ବେଳେବେଳେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ସେମାନେ ବୀମା କରିବାକୁ ନିବେଦନ କରାଯାଇଛି । ବୀମା କରିଲେ ବୀମା ରାଶି ମିଳିବ ନଚେତ ମିଳିବ ନାହିଁ ବୋଲି କହିଥିଲେ । ଏହି ଅବସରରେ ମତ୍ସ୍ୟଜୀବୀନେତା ବି. ସୀମାଦ୍ରୀ, ଏ. କାଳିଆ, ଲିଙ୍ଗରାଜ ବେହେରା, ଡବ୍ଲୁ.ସୀମାଦ୍ରୀ, ଏମ. ଆଦିନାରାୟଣ, ପି. ଜାଙ୍ଗାଲୀ, ବି. ଦାନେୟା, କାହ୍ନୁ ଚାରଣ ବେହେରା, ଡବ୍ଲୁ. କାସିଙ୍କ ସମେତ ବହୁ ମତ୍ସ୍ୟଜୀବୀ,ହିତାଧିକାରୀ, ସମବାୟ ସମିତିର କର୍ମକର୍ତ୍ତା ଏବଂ ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ସେମାନଙ୍କ  ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ବିଭାଗର ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

   Related Posts