ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଚୀନ୍ ଗୁଇନ୍ଦା ବେଲୁନ୍‌କୁ ମାରି ଖସାଇଲା ଆମେରିକା, ଯାଞ୍ଚ ପାଇଁ ଧ୍ବଂସାବଶେଷ ସଂଗ୍ରହ  

5/02/2023 at 9:53 AM

ଓ୍ବାଶିଂଟନ: ସନ୍ଦିଗ୍ଧ ବେଲୁନ୍‌କୁ ନଷ୍ଟି କଲା ଆମେରିକା । ମୋଣ୍ଟାନା ଆକାଶରେ ଉଡୁଥିବା ଚୀନର ଗୁଇନ୍ଦା ବେଲୁନ୍‌କୁ ଆଟାଲାଣ୍ଟିକ୍ ମହାସାଗରରେ ମାରି ଖସାଇଛି ଆମେରିକା । ଏସୋସିଏଟେଡ୍ ପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ଶନିବାର ଉତ୍ତର ଆମେରିକାର ସମ୍ବେଦନଶୀଳ ସୈନ୍ୟ ସ୍ଥଳ ପାର୍ କରିବା ପରେ ସନ୍ଦିଗ୍ଧ ବେଲୁନକୁ କୈରୋଲିନା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରରେ ମାରି ଖସାଇ ଦିଆଯାଇଛି । ଆମେରିକା ସୁରକ୍ଷା ଏଜେନ୍ସି ଯାଞ୍ଚ ପାଇଁ ବେଲୁନ୍‌ର ଧ୍ବଂସାବଶେଷ ସଂଗ୍ରହ କରୁଛି ।

ଶନିବାର ଚୀନର ଗୁଇନ୍ଦା ବେଲୁନ ଉତ୍ତର ପଶ୍ଚିମ ସହର ମୋଣ୍ଟାନାରେ ଦେଖାଯାଇଥିଲା । ଆମେରିକା ଉପରରେ ନଜର ରଖିବାକୁ ଚୀନ୍ ଷଡ଼ଯନ୍ତ୍ର କରି ଏଭଳି ବେଲୁନ ଛାଡ଼ିଥିବା ନଓ୍ବପେଣ୍ଟାଗନ ଦାବି କରିଛି । ଚୀନର ସନ୍ଦିଗ୍ଧ ବେଲୁନ ଜନବସତି ଅଞ୍ଚଳର ଏୟାର ଟ୍ରାଫିକ ଉପରେ ଏବଂ ବାହ୍ୟ ବାୟୁ ମାର୍ଗ ତଳଭାଗରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ବେଲୁନ୍ ନଷ୍ଟ କରିବାକୁ ମଞ୍ଜୁରୀ ଦେବା ପରେ ଆମେରିକା ସୁରକ୍ଷା ଏଜେନ୍ସି ବେଲୁନକୁ ମାରି ଖସାଇଛି । ଏହି ବେଲୁନର ଆୟତନ ପ୍ରାୟ ୩ଟି ବସ୍‌ର ଆକାର ସହିତ ସମାନ ବୋଲି କୁହାଯାଉଛି ।

ସନ୍ଦିଗ୍ଧ ବେଲୁନ୍‌କୁ ଆମେରିକା ମାରି ଖସାଇବା ପରେ ପ୍ରତିକ୍ରିୟା ରଖିଛି ଚୀନ୍ । ବେଲୁନ୍ ଗତିପଥ ବଦଳାଇ ଆମେରିକା ବାୟୁ ସୀମାକୁ ଚାଲିଯାଇଥିଲା । ଏହାକୁ ନଷ୍ଟ କରିବା ଅର୍ଥ ଅନ୍ତରାଷ୍ଟ୍ରୀୟ ଅଭ୍ୟାସ ନିୟମ ଉଲ୍ଲଙ୍ଘନ କରିବା ସହିତ ସମାନ । ଆମେରିକାକୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ଚୀନ୍ । ସେପଟେ ଚୀନ ବେଲୁନକୁ ଖସାଇବା ପୂର୍ବରୁ ପ୍ରଥମେ ଆମେରିକାର ଫେଡରାଲ୍ ଏବିଏସନ ଆଡମିନିଷ୍ଟ୍ରାସନ ଉତ୍ତର କୈରୋଲିନାର ବିମାମିଙ୍ଗଟନ, ଦକ୍ଷିଣ କୈରୋଲିନାର ଚାଲ୍ସଟନ ଏବଂ ମର୍ଟାଲ ମଧ୍ୟରେ ଗ୍ରାଉଣ୍ଡ ଷ୍ଟାପ୍ ଜାରି ବେଲୁନ୍ ନଷ୍ଟ କରାଯାଇଛି ।

ଆମେରିକାର ବିଦେଶ ମନ୍ତ୍ରୀ ବ୍ଲିଙ୍କେନଙ୍କ ଚୀନ୍ ଗସ୍ତର ଦିନକ ପୂର୍ବରୁ ଗୁଇନ୍ଦା ବେଲୁନ ଦେଖିବାକୁ ମିଳିବା ପରେ ବିବାଦ ଉପୁଜିଥିଲା । ବ୍ଲିଙ୍କେନ ଫେବ୍ରୁଆରୀ ୫ ଓ ୬ରେ ଚୀନ ଗସ୍ତ କରିଥାନ୍ତେ, ହେଲେ ଏହାରକୁ ସ୍ଥଗିତ କରି ଦିଆଯାଇଛି।

   Related Posts