ଚୌଦ୍ୱାର ଜେଲ୍ରେ ପହଞ୍ଚିଲା ଗୋପାଳ; JMFC କୋର୍ଟଙ୍କ ନିର୍ଦ୍ଦେଶରେ ହେଲା ସ୍ଥାନାନ୍ତର
14/02/2023 at 8:44 PM

ଭୁବନେଶ୍ୱର ୧୪/୦୨: ଚୌଦ୍ୱାର ଜେଲ୍ରେ ପହଞ୍ଚିଲା ଗୋପାଳ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାକୁ ଚୌଦ୍ୱାର କାରାଗାର ପରିସରକୁ ଅଣାଯାଇଛି। ସେ ପୂର୍ବରୁ ଝାରସୁଗୁଡ଼ା ସବ୍ଜେଲ୍ରେ ଥିଲା। ସେଠାରୁ ତାକୁ ସ୍ଥାନାନ୍ତର କରାଯାଇଛି। ତାକୁ ଝାରସୁଗୁଡ଼ା ସବ୍ଜେଲ୍ରୁ ସ୍ଥାନାନ୍ତର କରିବାକୁ ଯେଏମଏଫସି କୋର୍ଟ ଅନୁମତି ଦେଇଥିଲେ। ପୂର୍ବତନ ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ହତ୍ୟାମାମଲାରେ ସେ ଏବେ ବିଚାରାଧୀନ କଏଦି ଭାବେ ସଜା କାଟୁଛି।
ଖବର ଅନୁସାରେ, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମାଲାରେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଝାରସୁଗୁଡ଼ା ଜେଲରୁ ଚୌଦ୍ୱାର ଜେଲ୍ ସ୍ଥାନାନ୍ତର କରାଯାଇଥିଛି। ଚୌଦ୍ୱାର ଜେଲ୍ରେ ଗୋପାଳଙ୍କୁ ୨୪ ଘଣ୍ଟିଆ ପହରା ମଧ୍ୟରେ ରଖାଯିବ ବୋଲି ଜଣାପଡ଼ିଛି। ଏହାସହ ଜେଲ୍ରେ ଗୋପାଳଙ୍କ ତଦାରଖ ପାଇଁ ଜେଲ ସୁପରିଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏନେଇ ଜେଲ ବିଭାଗ ସୂଚନା ଦେଇଛି । ତେବେ ସ୍ଥାନାନ୍ତର ପୂର୍ବରୁ ଗୋପାଳର ବୟାନ ରେକର୍ଡ ହୋଇଛି।
ସୂଚନା ଥାଉକି, ମଙ୍ଗଳବାର କୋର୍ଟରେ ହାଜର ହୋଇଥିଲା ନବ ଦାସ ହତ୍ୟାକାରୀ ଗୋପାଳ ଦାସ। କଡା ସୁରକ୍ଷା ମଧ୍ୟରେ ଗୋପାଳକୁ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସିଆରପିସି ୧୬୪ ଧାରାରେ ଗୋପାଳର ବୟାନ ରେକର୍ଡ କରାଯାଇଛି।