ଚୋରି ଗାଡିକୁ କାଟି ରଙ୍ଗ କରୁଥିଲେ, ମାଡିବସିଲା ପୋଲିସ
16/03/2023 at 2:04 PM

ଭଦ୍ରକ ୧୬।୦୩ : ଚୋରି ଗାଡି ଜବତ । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବୋଲରୋ ଏବଂ ପିକ୍ଅପ୍ ଗାଡିକୁ ଜବତ କରିଛି ପୋଲିସ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଞ୍ଚଳରୁ ଏହି ଗାଡିକୁ ଜବତ କରିଛି ପୋଲିସ । କଟକ ପୋଲିସ ଓ ପୁରୁଣା ବଜାର ପୋଲିସ ମିଳିତ ଭାବେ ଚୋରି ଗାଡିକୁ ଜବତ କରିଛି । ଏହାସହିତ ଘଟଣାରେ ୩ଜଣଙ୍କୁ ଅଟକ ରଖିବା ସହ ଘଟଣାର ଛାନ୍ଭିନ୍ ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, କଟକ ଜିଲ୍ଲାର ଭଦ୍ରେଶ୍ୱର ଥାନା ଅଧିନସ୍ଥ ମାହାଙ୍ଗା ହଳଦିଆ ଅଞ୍ଚଳରେ ଗତ ୮ ତାରିଖ ଦିନ ବିଳମ୍ବିତ ରାତିରେ ନୃସିଂହ ଚନ୍ଦ୍ର ବାରିକଙ୍କ ପିକଅପ ଗାଡିକୁ ଚୋରି ହୋଇଥିଲା । ସେହିପରି ଅନ୍ୟ ଏକ ବୋଲେରୋଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ଚୋରି କରି ନେଇଥିଲେ।

ପରେ ଦୁର୍ବୁତ୍ତ ମାନେ ସେହି ବଲେରୋ ଓ ପିକଅପ ଗାଡିକୁ ଭଦ୍ରକର ହଳଦୀଢିଅ ଅଞ୍ଚଳରେ ଗୋଟାଏ ଗ୍ୟାରେଜରେ ବଡିକୁ କାଟି ରଙ୍ଗ ପାଇଁ ଦେଇଥିଲେ । ଭଦ୍ରେଶ୍ୱର ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା । ଶେଷରେ ଭଦ୍ରକ ପୁରୁଣା ବଜାର ପୋଲିସ ସହାୟତାରେ ଖଣ୍ଡ ବିଖଣ୍ଡିତ ପିକଅପ ଭ୍ୟାନ ଓ ଅନ୍ୟ ଏକ ବଲେରୋ ଗାଡିକୁ ଜବତ କରିଛି ।
