ଚୀନର ଦାବିକୁ ଖାରଜ କଲା ଆମେରିକା, କହିଲା ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ
15/03/2023 at 1:12 PM

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଉପରେ ଚୀନର ଦାବିକୁ ଖାରଜ କଲା ଆମେରିକା । ୟୁଏସ ଅରୁଣାଚଳ ପ୍ରଦେଶ ଓ ଚୀନ ମଧ୍ୟରେ ମ୍ୟାକ୍ ମୋହନ ଲାଇନକୁ ଅନ୍ତରାଷ୍ଟ୍ରୀୟ ସୀମା ମାନିଛି । ଆମେରିକା ସଂସଦରେ ଏହି ମୁଦ୍ଦା ଉପରେ ଦ୍ବୀପାକ୍ଷିକ ପ୍ରସ୍ତାବ ରଖିଛି । ଯେଉଁଥିରେ ଅରୁଣାଚଳ ପ୍ରଦେଶକୁ ଭାରତ ଅଭିନ୍ନ ଅଙ୍ଗ ବୋଲି କୁହାଯାଇଛି । ଆମେରିକା ସାଂସଦ ବିଲ୍ ହାଗେଣ଼୍ଟି ଓ ଜେଫ୍ ମାର୍କେଲ୍ କହିଛନ୍ତି, ଚୀନ ଲଗାତାର ଅରୁଣା ପ୍ରଦେଶ ଓ ଆଜାଦ୍ ହିନ୍ଦ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛି । ତେଣୁ ୟୁଏସା ନିଜ ବନ୍ଧୁ ଦେଶମାନଙ୍କ ସହିତ ଛିଡ଼ା ହେବା ଦରକାର ବୋଲି ସାଂସଦ ମାନେ କହିଛନ୍ତି ।
ଗୋଟିଏ ପଟେ ଆମେରିକା ସଂସଦ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ମାନି ନେଇଥିବା ବେଳେ ଅନ୍ୟପଟେ ଚୀନ୍ ବାରମ୍ବାର ମ୍ୟାକ୍ ମୋହନ ଲାଇନରେ ଯଥା ସ୍ଥିତି ବଦଳାଇବାକୁ ଚେଷ୍ଟା ଚଳାଇଛି ଏବଂ ସେନାକୁ ନିୟୋଜିତ କରୁଛି । ଏହି ପ୍ରସ୍ତାବରେ ଆମେରିକା ଓ ଭାରତ ମଧ୍ୟରେ ରଣନୀତି ବୁଝାବଣାକୁ ମଜବୁତ କରିବା ଲାଗି ଆଲୋଚନା କରିଛି । ଆମେରିକାର ଏହି ପ୍ରସ୍ତାବ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ଭାରତ ଓ ଚୀନ ମଧ୍ୟରେ ଅରୁଣାଚଳ ପ୍ରଦେଶର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ ସୀମାରେ ଚୀନ ଗାଁ ବସାଇ ନକ୍ସାରେ ଭାରତର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଛି । ସେହିପରି ଭୁଟାନ ସୀମାକୁ ମଧ୍ୟ ଚୀନ୍ ନିଜର ବୋଲି କହୁଥିବା ଯୁକ୍ତରାଷ୍ଟ୍ର ଆମେରିକା ନିଜ ପ୍ରସ୍ତାବରେ ଆଲୋଚନା କରିଛି । ସେପଟେ ସୀମାରେ ଚୀନର ଉସୁକାଇଲା ଭଳି କାମକୁ ଭାରତ ବାରମ୍ବାର ବିରୋଧ କରିଆସୁଛି । ଏହାକୁ ନେଇ ଆମେରିକାରେ ସଂସଦରେ ଭାରତକୁ ପ୍ରଶଂସା କରାଯାଇଛି ।