ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା, ୭ ଦିନ ପରେ ବି ରହସ୍ୟରୁ ହଟୁନି ପରଦା
6/03/2023 at 2:29 PM

ସମ୍ବଲପୁର ୦୬।୦୩ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାକୁ ୭ ଦିନ ବିତିଲା। ହେଲେ ଏଯାଏ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା । ଆଜି ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଆସିବ । ଏଥିସହ ଚିନ୍ମୟୀଙ୍କ ଡାୟଟମ୍ ରିପୋର୍ଟ ମଧ୍ୟ ଆସିବ। ଆବଶ୍ୟକ ହେଲେ ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡିଛି ।
ସେପଟେ ରବିବାର ଏସଡିପିଓ କାର୍ଯ୍ଯାଳୟରେ ହାଜର ହୋଇଥିଲେ ମୃତ ଚିନ୍ମୟୀଙ୍କ ମାଆ ବାପା । ହୀରାକୁଦ ଏସଡିପିଓ ଅଫିସ କାର୍ଯ୍ଯାଳୟରେ ପରିବାର ଲୋକଙ୍କ ଠାକୁ ତଥ୍ୟ ହାସଲ ପାଇଁ ଡକାଯାଇଥିଲା । ଉତ୍ତରାଂଚଳ ଆଇଜି ଡକ୍ଟର ଦୀପକ କୁମାର, ସମ୍ବଲପୁର ଏସଡପିଓ ତପନ ମହାନ୍ତି, ବୁର୍ଲା ଆଇଆଇସି ସୁଶାନ୍ତ ଦାସ ପ୍ରମୁଖ ତାଙ୍କୁ ପଚରାଉଚୁରା କରିଛନ୍ତି। ଏହି ମାମଲାରେ ଏସଡିପିଓଙ୍କ କାର୍ଯ୍ଯାଳୟରେ ସମୁଦାୟ ୩୧ଜଣଙ୍କୁ ପଚାରଉଚୁରା କରାଯାଇଛି। ଏମାନଙ୍କ ମଧ୍ଯରେ ୫ ଜଣ ଦୋକୋନୀ, ଜଣେ ଢାବା ମାଲିକ ଓ ଅନ୍ଯ ସମସ୍ତେ ଭିସୁଟ ଛାତ୍ର ରହିଛନ୍ତି। ଚିନ୍ମୟୀ କନଭୋକେସନ୍ ପରେ ମାନସଙ୍କ ଭଡା ଘରକୁ ଯାଇଥିଲେ। ସେଠାରୁ ସନ୍ଧ୍ୟାରେ ଯାଇ ଏକ ଢ଼ାବାରେ ଖାଇଥିଲେ । ଢାବାରୁ ବାହାରି ରାସ୍ତାରେ ଥିବା ଏକ କଫି ସପ୍ ରେ କଫି ପିଇଥିଲେ ।