ଚିନିରେ ମିଶୁଛି ଗୋରୁହାଡ଼ !
31/05/2018 at 8:29 PM

ଶ୍ରୀମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନରେ ଚିନି ବ୍ୟବହାର ସଂପୂର୍ଣ୍ଣ ବନ୍ଦ ଦାବୀରେ ବିକ୍ଷୋଭ କରିଛି ଜଗନ୍ନାଥ ସେନା। ଚିନିରେ ଗୋରୁହାଡ଼ ମିଶୁଥିବାରୁ ଏହାକୁ ସଂପୁର୍ଣ୍ଣ ବ୍ୟାନ୍ କରିବା ଦାବୀରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନା ବିକ୍ଷୋଭ କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶଙ୍କରାଚାର୍ଯ୍ୟ, ଛତିଶାନିଯୋଗ ନାୟକ, ବିଭିନ୍ନ ନିଯୋଗର ସଭାପତି ଓ ସଂପାଦକଙ୍କୁ ଦାବୀ ପତ୍ର ଦିଆଯାଇଛି। ଚିନିକୁ ସଫା ଓ ସୁନ୍ଦର ରଖିବା ପାଇଁ ଚିନିକଳ ଗୁଡ଼ିକରେ ଗୋରୁ ହାଡ଼କୁ ବ୍ୟବହାର କରାଯାଉଛି। ଏହି ଗୋରୁ ହାଡ଼ ସବୁ ହଜାର ହଜାର ଟନ୍ ଓଜନର। ମୁଖ୍ୟତଃ ଆଫଗାନିସ୍ତାନ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଭାରତରୁ ଓ ଭାରତରୁ ଏହା ରପ୍ତାନି ହେଉଛି। ସ୍କଟଲାଣ୍ଡ୍, ବ୍ରାଜିଲ୍ ଆଦି ଦେଶ ଏହାକୁ କ୍ରୟ କରି ଆମେରିକାର ଚିନି କାରଖାନାକୁ ଯୋଗାଇଥାନ୍ତି। ଭାରତରେ ପୂର୍ବରୁ ଚୁନପାଣି ଓ ଚୁନରେ ଚିନିକୁ ସଫା କରାଯାଉଥିଲା। ମାତ୍ର ଶସ୍ତାରେ ଗୋରୁ ଗାଇ, ଘୋଡ଼ା, ଓଟ, ମଇଁଷି ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କର ହାଡ଼ ମିଳୁଥିବାରୁ ଏହାର ବହୁଳ ଭାବରେ ଧଳା ଓ ସଫା ଚିନି ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ସେନା ପକ୍ଷରୁ କୁହାଯାଇଛି। ପ୍ରୀକାତ୍ମକ ଭାବେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦୁଇଥାଳି ଚିନି ପୋଡ଼ାଯାଇଛି।