ଚିକିତ୍ସାଧୀନ ମେଧାବୀ ଛାତ୍ରୀ ପୂଜାଶ୍ରୀଙ୍କୁ ବିଭିନ୍ନ ମହଲରୁ ସାହାଯ୍ୟ
19/05/2018 at 10:19 PM

ଗତ ଶନିବାର ଦିନ ବାଲିପାଟଣା ଥାନା କଂଟାସାହି ଗ୍ରାମରେ ଘଟିଥତ୍ବା ହତ୍ୟାକାଣ୍ଡ ଏବଂ ମାରଣାତ୍ମକ ଆକ୍ରମଣରେ ଗୁରୁତର ହୋଇଥତ୍ବା ପୂଜାଶ୍ରୀଙ୍କୁ ମିଳିଛି ସହାୟତା । ଏ ନେଇ ନୁୟଜ ସଭେନରେ ଖବର ପ୍ରସାରିତ ପରେ ଜିଲ୍ଲା ପ୍ରଶାସନ ଏବଂ ଅନେକ ସହହୃଦୟ ବ୍ୟକ୍ତି ପୂଜାଶ୍ରୀଙ୍କୁ ସହଯୋଗର ହତ ବଢାଇଛନ୍ତି । ରେଡକ୍ରସ ପକ୍ଷରୁ ଜିଲ୍ଲା ପ୍ରଶାସନ ପୂଜାଶ୍ରୀଙ୍କ ସାନଭାଇଙ୍କୁ ଦେଇଛନ୍ତି କୋଡିଏ ହଜାର ଟଙ୍କାର ଚେକ୍ । ଏପରିକି ଯଦି ଆବଶ୍ୟକ ହୁଏ ପୂଜାଶ୍ରୀ ପାଠପଢାର ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ଏ ନେଇ ତଦନ୍ତ ଭାର ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ରଙ୍କୁ ଦିଆଯାଇଛି । ଅପରପକ୍ଷେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶଶୀଭୂଷଣ ବହେରା ଛଅ ହଜାର ଟଙ୍କା, ଦେଉଳିଧରପୁର ସରପଞ୍ଚ ପାଞ୍ଚ ହଜାର ଟଙ୍କା, ବାଲିପାଟଣା ଏବଂ ବ୍ଲକ ଅଧ୍ୟକ୍ଷା ପଚଶ ହଜାର ଟଙ୍କାର ଅର୍ଥରାଶି ପୂଜାଶ୍ରୀଙ୍କୁ ସାହାଯ୍ୟ କରିଛନ୍ତି ।