ଚାରି ମହିଳା ଲୁଟେରା ସମେତ ରିସର୍ଭର୍ ବ୍ରହ୍ମପୁରରୁ ଗିରଫ
21/04/2018 at 9:45 PM

ବ୍ରହ୍ମପୁରରୁ ଚାରି ମହିଳା ଲୁଟେରା ସମେତ ଜଣେ ରିସର୍ଭର୍ ଗିରଫ। ବଡ ବଜାର ପୁଲିସ ସହାୟତାରେ ଭୁନେଶ୍ବର ଖଣ୍ଡଗିରି ପୁଲିସ କରିଲା ଗିରଫ। ସେମାନଙ୍କ ନିକଟରୁ ୧୦ ଗ୍ରାମ୍ ସୁନା ଅଳଙ୍କାର ଚେଇନ୍ ଓ ୬,୫୦୦ ଟଙ୍କା ଜବତ କରିଥିବା ପୁଲିସ ସୂଚନା ଦେଇଛି। ଗତ ୧୮ ତାରିଖରେ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳ ଦେବୀ ଯୁଏର୍ଲେସ୍ ରୁ ତିନିଜଣ ମହିଳା ସୁନା ଅଳଙ୍କାର ଦେଖିବାକୁ ଯାଇ ଗୋଟିଏ ସୁନା ଚେଇନ୍ ଚୋରି କରିଥିବା ଅଭିଯୋଗ ହୋଇଥିଲା। ସିସିଟିଭି କ୍ୟାମେରାରେ ଚାରି ମହିଳାଙ୍କ ଫଟୋ କଏଦ୍ ହେବା ପରେ ପୁଲିସ କରିଥିଲା ତଦନ୍ତ। ଚୋରି କରିଥିବା ଚାରି ଜଣ ମହିଳା ବ୍ରହ୍ମପୁର ବଡବଜାର ପୁଲିସ ଥାନା ଅଞ୍ଚଳ ହରଡାଖଣ୍ଡିର ବୋଲି ପରିଚୟ ଜଣାପଡିବା ପରେ ପୁଲିସ ସମସ୍ଥଙ୍କୁ ଗିରଫ କରିଛି। ଚୋରି କରିଥିବା ସୁନା ଅଳଙ୍କାରକୁ ବ୍ରହ୍ମପୁର ଖାଲାସି ସାହିର କେ. ରାମା ରାଓ ନାମକ ଜଣେ ଖୁଚୁରା ବ୍ୟବସାୟୀଙ୍କୁ ୨୫ ହଜାର ଟଙ୍କାରେ ବିକ୍ରି କରିଥିବା ତଦନ୍ତରୁ ଜଣାପଡିଥିଲା। ସୁନା ଅଳଙ୍କାର କିଣିଥିବା ବ୍ୟକ୍ତି ଏବଂ ଚୋରି କରିଥିବା ଚାରି ମହିଳା ଏପରି ୫ ଜଣଙ୍କୁ ଗିରଫ କରିଥିବା କହିଛନ୍ତି ଖଣ୍ଡଗିରି ପୁଲିସ।