ଚାନ୍ଦିପୁର ନୂଆନଇ ଠାରେ ପିକ୍ଅଫ୍ ଗାଡ଼ି ଦୁର୍ଘଟଣାଗସ୍ତ, ୨ ମୃତ ୫ ଗୁରୁତର
24/05/2018 at 5:43 PM

ଆଜି ସକାଳ ୧୦ଟା ରେ ଚାନ୍ଦିପୁର ଗୁଡ଼ୁପାହିରୁ ଏକ ପିକ୍ଅପ୍ ଗାଡ଼ି ମାଛଦାନା ନେବାପାଇଁ ବାଲେଶ୍ବର ଆସୁଥିଲା। ଚାନ୍ଦିପୁର ନୂଆ ନଈ ପୁଲ ନିକଟରେ ଗାଡ଼ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ଥିଲା। ଏହି ଗାଡ଼ିରେ ୭ଜଣ ଶ୍ରମିକ ଥିଲେ। ସେଥ ମଧ୍ୟରୁ ୨ଜଣ ଶ୍ରମିକ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ୫ଜଣଙ୍କୁ ଆହତ ଅବସ୍ଥାରେ ଚିକିତ୍ସାପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଅବସ୍ଥା ଗୁରୁତର ଅଛି। ମୁତକ ଦୁଇଜଣ ହଲେ ଗୋବିନ୍ଦ ହାଁସଦା ଓ ଲାଲ ମୁର୍ମୁ। ଏମାନଙ୍କର ଘର ମୟୂରଭଞ ରାଜୁବସାରେ ବୋଲି ଜଣାପଡ଼ଛି। ଡ୍ରାଇଭରର ଅନ୍ୟମନସ୍କତା ପାଇଁ ଏହି ଦୂର୍ଘଟଣା ଘଟିଥିବାର ପୁଲିସ କହିଛି।