ଚାନ୍ଦିପୁର ଆଇ ଟି ଅର୍ କୁ ମିଳିଛି ଦୁଇଟି ବଡ଼ ପୁରସ୍କାର, କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ
24/05/2018 at 5:28 PM

ଭାରତ ସରକାରଙ୍କର ପ୍ରତିରକ୍ଷା ବିଭାଗ ପକ୍ଷରୁ ଚାନ୍ଦିପୁର ସମନ୍ନିତ ପରୀକ୍ଷଣ କେନ୍ଦ୍ର କୁ 2016ପାଇଁ ସର୍ବ ଶ୍ରେଷ୍ଠ ପ୍ରୟୋଗଶାଳା ଭାବେ ’ସିଲିକନ୍’ପୁରସ୍କାର ଓ ସ୍ବଦେଶୀ ଜ୍ଞାନ କୌଶଳର ବିକାଶ କ୍ଷେତ୍ରରେ ଆତ୍ମନିର୍ଭରଶିଳତା ପାଇଁ 2017ର ଅଗ୍ନି ଏକ୍ସଲେନ୍ସି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତୀରକ୍ଷା ମନ୍ତ୍ରୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଆଇ ଟି ଆର୍ ର ନିର୍ଦ୍ଦଶେକ ଡ଼.ବିନୟ ଦାସଙ୍କୁ ପ୍ରଦାନ କରିଛନ୍ତି। ଦୁଇ ଦୁଇଟି ବଡ଼ ପୁରସ୍କାର ପାଇ ଆଇ ଟି ଆର୍ ରାଜ୍ୟକୁ ଗୌରବାନ୍ୱିତ କରିଛି ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ଼.ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି।