ଚନ୍ଦନ ଯାତ୍ରାର ଚାରି କଥା
10/05/2018 at 8:09 AM

ବୈଶାଖ ଶୁକ୍ଳ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୟାଳିଶ ଦିନ ବ୍ୟାପି ଚନ୍ଦନ ଯାତ୍ରା ଅନୁଷ୍ଟିତ ହୋଇଥାଏ । ଏହି ଯାତ୍ରାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିନିଧି ମଦନ ମୋହନଙ୍କ ସହ ଶ୍ରୀ ରାମକୃଷ୍ଣ, ଶ୍ରୀଦେବୀ, ପଞ୍ଚ ପାଣ୍ଡବ ( ମହାଦେବ) ଠାକୁର ବିଜେ କରିଥାନ୍ତି ।
ଏହି ଯାତ୍ରା ଏକୋଇଶ ଦିନ ବାହାର ଚନ୍ଦନ ଓ ଏକୋଇଶ ଦିନ ବାହାର ଚନ୍ଦନ ନାମରେ ପାଳିତ ହୁଏ । ବାହାର ଚନ୍ଦନ ନରେନ୍ଦ୍ର ପୁଷ୍କରିଣୀରେ ଆୟୋଜିତ ହେଉଥିବା ବେଳେ ଭିତର ଚନ୍ଦନ ମନ୍ଦିର ବେଢାରେ ଥିବା ଚନ୍ଦନ ମଣ୍ଡପରେ ଆୟୋଜିତ ହୋଇଥାଏ ।
ଏହି ଯାତ୍ରାକୁ ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରା ଯାଇଛି । ଯଥା- ଗନ୍ଧ ଯାତ୍ରା , ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନ । ବୟାଳିଶ ଦିନ ଧରି ଗନ୍ଧ ବା ଚନ୍ଦନର ପ୍ରଲେପକୁ ଗନ୍ଧ ଯାତ୍ରା । ବାହାର ଚନ୍ଦନରେ ନରେନ୍ଦ୍ରର ନାବଯାତ୍ରାକୁ ଜଳକେଳି ଓ ମନ୍ଦିର ବେଢାରେ ଚନ୍ଦନ ପରିକ୍ରମା ବା ଅନ୍ତରଙ୍ଗ ଚନ୍ଦନର ଆୟୋଜନ ହୋଇଥାଏ ।
ମହାଭାରତର ବାସ୍ତରି ଅଧାୟରେ ଉତ୍ତରା ପରିଣୟ ଅବକାଶରେ ଏପରି ଏକ ଉତ୍ସବର ବର୍ଣ୍ଣନା ରହିଛି । ଯେଉଁ ଉତ୍ସବକୁ କୁନ୍ତୀ, କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ କରି ଆୟୋଜନ କରିଥିଲେ ।
ଉପସ୍ଥାପନା : ରମାବଲ୍ଲଭ ମହାପାତ୍ର