ଚକୋଲେଟ ଲୋଭ ଦେଖାଇ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ
16/04/2018 at 11:20 PM

ବାଲେଶ୍ବର ନୀଳଗିରିରେ ଚକୋଲେଟ ଲୋଭ ଦେଖାଇ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାକୁ ୩ ଦିନ ବିତିଲାଣି । ଏଯାଏ ଅଭିଯୁକ୍ତ ଗିରଫ ହୋଇନି । ଏହି ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ସେଇ ବାଲେଶ୍ବର ସୋରର ଘଟିଛି ଆଉ ଏକ ଜଘନ୍ୟ ଘଟଣା । ମନ୍ଦିରକୁ ଭୋଗ ନେବାକୁ ଆସିଥିବା ବେଳେ ଖେରଣା ଗାଁରେ ଜଣେ ୧୦ ବର୍ଷର ନାବାଳିକାକୁ ମନ୍ଦିରର ୧୦୦ ମିଟର ଦୂରରେ ଦୁଷ୍କର୍ମର ଶିକାର ହୋଇଛି । ପୀଡିତାଙ୍କ ସଂପର୍କୀୟଙ୍କ ମାଡ଼ରେ ଲହୁ ଲୁହାରଣ ହୋଇଛି ଅଭିଯୁକ୍ତ ।