ଘରେ ପଶି ନାବଳିକାକୁ ଉଠାଇନେଲା ଯୁବକ
9/05/2018 at 10:16 PM

ଘରେ ପଶି ନାବଳିକାକୁ ଉଠାଇନେଲା ଯୁବକ। ପୁରୀ ସଦର ଚାଳିଶିବାଟିଆ ପଞ୍ଚାୟତ ଅଧିନ ଦାସଗୋବା ଗ୍ରାମର ଘଟିଛି ଏଭଳି ଘଟଣା। ଏ ହେଉଛନ୍ତି ଅପହରଣ ହୋଇଥିବା ନାବାଳିକାର ବାପା,ମା । ଗତ ୬ ତାରିଖ ସଂନ୍ଧ୍ୟାରେ ତାଙ୍କ ନାବଳିକା ଝିଅକୁ ସେହି ଗ୍ରାମର ନୀଳମଣି ପଣ୍ତାଙ୍କ ପୁଅ ପ୍ରଭାସ ପଣ୍ତା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ବର୍ଷେ ତଳେ ପ୍ରଭାସଙ୍କ ଭଉଣୀ ଓ ଭିଣୋଇ ବିବାହ ପ୍ରସ୍ତାବ ନେଇ ନାବଳିକାଙ୍କ ଘରକୁ ଆସିଥିଲେ। ନାବଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାରୁ ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ତେବେ ବିବାହ ନଦେଲେ ଘରେ ପଶି ଝିଅକୁ ଉଠାଇ ନେବୁ ବୋଲି ପ୍ରଭାସଙ୍କ ପରିବାର ଲୋକେ ଧମକ ଦେଇଥିଲେ। ତେବେ ୬ ତାରିଖ ସଂନ୍ଧ୍ୟାରେ ପୁଅର ଦେହ ଖରାପ ହେବାରୁ ଓୌଷଧ ଆଣିବା ପାଇଁ ନାବାଳିକାଙ୍କ ମା ବଜାରକୁ ଯାଇଥିଲେ। ଘରକୁ ଫେରିବା ପରେ ପ୍ରଭାସ ତାଙ୍କ ଝିଅକୁ ଅପହରଣ କରିନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନାବଳିକାକୁ ଉଦ୍ଧାର କରି ପାରିନାହିଁ।