Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଗୋଷ୍ଠୀ ସଂଘର୍ଷରେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ, ୟୁପି ପୋଲିସ ବିରୋଧରେ ରୁଜୁ ହେଲା ହତ୍ୟା ମାମଲା

13/10/2022 at 2:39 PM

ଡେହରାଡୁନ୍ ୧୩/୧୦: ଉତ୍ତରାଖଣ୍ଡରେ ୟୁପି ପୋଲିସ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଅଭିଯୋଗ ଅନୁଯାୟୀ ୟୁପି ପୋଲିସ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କୁ ହତ୍ୟା କରିଛି । ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜସପୁରରେ ରେଡ କରିବାକୁ ଯାଇଥିଲା ମୋରଡାବାଦ ପୋଲିସ । ହେଲେ ଏହି ସମୟରେ ପୋଲିସକୁ ଘେରି ଯାଇଥିଲେ ଗ୍ରାମବାସୀ । ଫଳରେ ଉଭୟ ପଟରୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଆଉ ଏହି ଗୁଳିମାଡରେ ଜସପୁରର ବିଜେପି ନେତା ଗୁରୁତାଜଙ୍କ ପତ୍ନୀ ନିହତ ହୋଇଥିଲେ ।

ଅଭିଯୋଗ ଅନୁଯାୟୀ ମହିଳାଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ସୂଚନା । ମୋରଡାବାଦର ଦୁଇ ପୋଲିସ ଅଫିସରଙ୍କୁ ମଧ୍ୟ ଗୁଳି ଲାଗିଛି । ଏହାସହ କିଛି ପୋଲିସ କର୍ମୀଙ୍କୁ ବି ବନ୍ଧକ ରଖାଯାଇଥିବା ସୂଚନା ରହିଛି ।

ସୂଚନା ଥାଉକି ୟୁପି ପୋଲିସ ଟିମ୍ ବୁଧବାର ଉତ୍ତରାଖଣ୍ଡର ଜସପୁରର ଏକ ଗ୍ରାମକୁ ଯାଇଥିଲା ଖଣି ମାଫିଆରେ ସମ୍ପୃକ୍ତ ଥିବା ଜାଫର ନାମକ ଜଣେ ଅପରାଧୀଙ୍କୁ ଧରିବା ପାଇଁ । ଏହି ଅପରାଧୀ ନାଁରେ ଥିଲା ୫୦ ହଜାର ପୁରସ୍କାର ରାଶି । ପୋଲିସ ଜାଣିବାକୁ ପାଇଥିଲା ଯେ, ଜାଫର ସ୍ଥାନୀୟ ବାସିନ୍ଦା ଭୁଲାରଙ୍କ ଘରେ ଲୁଚି ରହିଛି । ତେବେ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିବା ପରେ ଗାଁ ଲୋକେ ତାଙ୍କୁ ଘେରିଯାଇଥିଲେ ।

ପରିସ୍ଥିତି ଏମିତି ହୋଇଥିଲେ ପୋଲିସ-ଜନତା ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଆଉ ପୋଲିସର କ୍ରସ ଫାୟାରିଂରେ ଗୁରୁପ୍ରୀତ କୌରଙ୍କୁ ମୃତ୍ୟୁ ହୋଇଥିଲେ ଯିଏ କି ଥିଲେ ଜଣେ ବିଜେପି ନେତାଙ୍କ ସ୍ତ୍ରୀ । ଗୁରୁପ୍ରୀତଙ୍କ ମୃତ୍ୟୁ ପରେ କ୍ରୋଧିରେ ଜର୍ଜରିତ ଗ୍ରାମବାସୀ ୪ ଜଣ ପୋଲିସଙ୍କୁ ଅଟକ ରଖିବା ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ନେଇଯାଇଥିବା ଅଭିଯୋଗ ହୋଇଛି ।

   Related Posts