ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଗୋଟିଏ ସପ୍ତାହରେ ଦେବଗଡ଼ରୁ ୨ ନକଲି ଡାକ୍ତର ଗିରଫ

28/10/2022 at 11:22 PM

ଦେବଗଡ଼ ୨୮/୧୦: ଚଳିତ ସପ୍ତାହ ଦେବଗଡ଼ ଜିଲ୍ଲାରୁ ୨ ଜଣ ନକଲି ଡାକ୍ତର ଗିରଫ ହୋଛନ୍ତି। ଶୁକ୍ରବାର ତିଲେଇବଣି ଟିପିରିସିଂହା ଗାଁରେ ଚଢ଼ଉ କରି ପୋଲିସ ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଅର୍ଣ୍ଣବ ମଣ୍ଡଳ (୨୪)।  ସେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ପ୍ରମୋଦପଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଖବର ଅନୁସାରେ, ଅର୍ଣ୍ଣବ ୨୦୨୦ ରେ ଟିପିରିସିଂହା ଗାଁକୁ ଆସି ଏକ କ୍ଲିନିକ ଖୋଲିଥିଲା। ସେଠାରେ  ବିଭିନ୍ନ ରୋଗର ଚିକିତ୍ସା କରୁଥିଲା। ସେ ଯୁକ୍ତଦୁଇ ପାସ କରିଥିବା ବେଳେ ଚିକିତ୍ସା କରିବାପାଇଁ ତା ପାଖରେ ଡାକ୍ତରୀ ପାଠ୍ୟକ୍ରମର ପ୍ରମାଣ ପତ୍ର ନଥିବା ଜଣାପଡ଼ିଛି। ଏନେଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଖବରପାଇ କ୍ଲିନିକ ଉପରେ ଚଡ଼ଉ କରି ଅର୍ଣ୍ଣବକୁ ଗିରଫ କରିଛି। କ୍ଲିନିକରୁ ପୋଲିସ ଲକ୍ଷାଧିକ ଟଙ୍କାର ବିଭିନ୍ନ ରୋଗର ଔଷଧ ଜବତ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବଗଡକୁ ଆସିବା ପୂର୍ବରୁ ପଶ୍ଚିମବଙ୍ଗରେ ଜଣେ ଡାକ୍ତରଙ୍କ ପାଖେ କାମ କରୁଥିଲେ ବୋଲି କହିଛନ୍ତି। ଅର୍ଣ୍ଣବ ଅନେକ ସରକାରୀ ମାଗଣା ଔଷଧ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ସେ ସରକାରୀ ଔଷଧ କେଉଁଠୁ ଆଣୁଥିଲେ ସେନେଇ ପୋଲିସ ତଦନ୍ତ କରୁଛି। ତାଙ୍କ ନାଁରେ ଦେବଗଡ଼ ଆଦର୍ଶ ଥାନାରେ ବିଭିନ୍ନ ଦଫାରେ ପୋଲିସ ଏକ ମାମଲା ରୁଜୁ କରିଛି।

ସୂଚନାଥାଉକି, ବୁଧବାର ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ତିଲେଇବଣୀ ବ୍ଲକ ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଚଢାଉ କରାଯାଇ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲା ପୂର୍ବନୱାପରା ଅଞ୍ଚଳର କାଳିପଦ ରୟଙ୍କ ପୁଅ ୪୦ ବର୍ଷ ବୟସ୍କ ପ୍ରଶାନ୍ତ ରୟ। କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଛି।

ଗିରଫ ପ୍ରଶାନ୍ତ ଚାରି ବର୍ଷ ପୂର୍ବେ କଦମଦର୍ହ ଗ୍ରାମକୁ ଆସି ଏକ କ୍ଲିନିକ ଖୋଲିବା ସହ ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ। ଚିକିତ୍ସା ପାଇଁ ତାଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ଲାଇସେନ୍ସ ମଧ୍ୟ ନଥିବା ଜଣାଯାଇଛି । ଏନେଇ ଦେବଗଡ ଆଦର୍ଶ ଥାନା ପୋଲିସ ଖବରପାଇ ବେଆଇନ ଭାବରେ ଚାଲିଥିବା କ୍ଲିନିକ ଉପରେ ଚଢାଉ କରି ସଂପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । କ୍ଲିନିକ ମଧ୍ୟରୁ ପୋଲିସ ଲକ୍ଷାଧିକ ଟଙ୍କାର ବିଭିନ୍ନ ରୋଗର ଔଷଧ ଜବତ କରିଛନ୍ତି । ସଂପୃକ୍ତ ନକଲି ଡାକ୍ତର ୧୬ ବର୍ଷ ପୂର୍ବେ ଓଡିଶା ଆସିଥିବା ବେଳେ ଦେବଗଡ ଜିଲ୍ଲାକୁ ଆସିବା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ଠେଲକୋଲି ଅଞ୍ଚଳରେ ୧୨ ବର୍ଷ ଧରି ଏଭଳି ବେଆଇନ ଭାବେ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଥିବା ପ୍ରକାଶ କରିଛନ୍ତି।

   Related Posts