ଗୁଜରାଟରେ ଆପ୍କୁ ୫ ଆସନ, ଦଳୀୟ କର୍ମୀଙ୍କୁ ସାବାସୀ ଦେଲେ କେଜ୍ରିଓ୍ବାଲ, ୧୩% ଭୋଟକୁ ‘ବଳଦ କ୍ଷୀର ଦେବା’ ସହିତ କଲେ ତୁଳନା
19/12/2022 at 12:24 PM

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିର ବିପୁଳ ବିଜୟ ହୋଇଛି । ୧୫୬ ସିଟ୍ ପାଇ ସରକାର ଗଢ଼ିଛି ଦଳ । ହେଲେ ଗୁଜରାଟରେ ଆମ୍ ଆଦମୀ ପାର୍ଟିକୁ ୫ଟି ସିଟ୍ ମିଳିଛି । ୧୩ ପ୍ରତିଶତ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛି ଆପ୍ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଦଳୀୟ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁଜରାଟରେ ୧୩ ପ୍ରତିଶତ ଭୋଟ୍ ପାଇବା ଅର୍ଥ ‘ବଳଦ କ୍ଷୀର ଦେବା’ ସହିତ ସମାନ ବୋଲି କହିଛନ୍ତି କେଜ୍ରିଓ୍ବାଲ ।
କାର୍ଯ୍ୟକାରିଣୀ ବୈଠକରେ ଆପ୍ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିଛନ୍ତି । ଭାରତୀୟ ଜନତା ପାର୍ଟିର ଗଡ଼ରେ ଆମ୍ ଆଦମୀ ପାର୍ଟି ୫ଟି ବିଧାନସଭା ଆସନରେ ବିଜୟ ହେବାକୁ ଅଦ୍ଭୂତପୂର୍ଣ୍ଣ ସଫଳତା ବୋଲି କହିଛନ୍ତି । ୫ ସିଟ୍ ବିଜୟକୁ ‘ବଳଦ କ୍ଷୀର ଦେବା’ ସହିତ ତୁଳନା କରିଛନ୍ତି କେଜ୍ରିଓ୍ବାଲ । ଗୁଜରାଟରେ ୧୩ ପ୍ରତିଶତ ଭୋଟ୍ ପାଇ ଆପ୍ ତୃତୀୟ ସ୍ଥାନରେ ରହିଛି ।
Addressing the National Council Meeting of Aam Aadmi Party | LIVE https://t.co/hEvA8yYIe6
— Arvind Kejriwal (@ArvindKejriwal) December 18, 2022
ପାର୍ଟି କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଦ୍ଧିତ କରି କେଜ୍ରିଓ୍ବାଲ କହିଛନ୍ତି, ମୋର ବିଶ୍ବାସ ଅଛି କି ୨୦୨୭ ନିର୍ବାଚନରେ ଗୁଜରାଟରେ ଆପ୍ ବହୁମତ ହାସଲ କରି ସରକାର ଗଢ଼ିବ । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଯେପରି ସରକାର ଗଢ଼ିଲା, ସେହିପରି ଗୁଜରାଟରେ ମଧ୍ଯ ସରକାର ଗଢ଼ିବ ବୋଲି କେଜ୍ରିଓ୍ବାଲ ଆଶା ରଖିଛନ୍ତି । ୫ଟି ବିଧାନସଭା ଆସନ ଦଳ କବ୍ଜା କରିଥିବାରୁ ଏହାକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆପ୍ ଅଧ୍ୟକ୍ଷ । ୧୩ ପ୍ରତିଶତ ଭୋଟ୍ ପାଇ ଆପ୍ ଗୁଜରାଟରେ ବଳଦରୁ କ୍ଷୀର ବାହାର କରିଛି ବୋଲି କହିଛନ୍ତି କେଜ୍ରିଓ୍ବାଲ ।
ଆପ୍ ୨୦୧୭ରେ ଆପ୍ ଗୁଜରାଟର ୧୮୨ଟି ଆସନରୁ ମାତ୍ର ୨୯ଟି ସିଟ୍ ପ୍ରାର୍ଥୀ ଦେଇଥିଲା । ଏବଂ ପଞ୍ଜାବରେ ୧୧୭ଟି ସିଟ୍ ୧୧୨ଟିରେ ପ୍ରାର୍ଥୀ ଛିଡ଼ା କରିଥିଲା । ଗୁଜରାଟରେ ପରାଜୟ ମିଳିଥିବା ବେଳେ ପଞ୍ଜାବରେ ୨୦ଟି ଆସନ ପାଇଥିଲା ଏବଂ ମୁଖ୍ୟ ବିପକ୍ଷ ପାର୍ଟି ଭାବେ ଉଭା ହୋଇଥିଲା । ଏବେ କିନ୍ତୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିଛି । ସେହିପରି ୨୦୨୭ ନିର୍ବାଚନରେ ଆପ୍ ସରକାରକୁ ଆସିବ ବୋଲି କେଜ୍ରିଓ୍ବାଲ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।