ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ
20/01/2023 at 8:19 AM

ବୌଦ୍ଧ ୨୦/୦୧: ବୌଦ୍ଧ ଗଞ୍ଜେଇ କାରବାର ସମ୍ପୃକ୍ତିରେ ବଘିଆପଡା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ । ନିଲମ୍ବିତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା । ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ।
ସୂଚନା ଥାଉକି, ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରିକୁ ଏକ ବାଇକ ସହ ଧରାଯାଇଥିଲା । ଏପରିକି ତା ନିକଟରୁ ୧୬ କିଲୋ ମଧ୍ୟ ଜବତ ହୋଇଥିଲା । ତେବେ ଆସାମୀକୁ ଛାଡିବା ସହ ଗଂଜେଇ ନିଜ ସରକାରୀ କ୍ୱାର୍ଟରରେ ରଖିଥିଲେ ପୋଲିସ ଅଧିକାରୀ । ଏବେ ଏହି ଘଟଣାର ଖୋଳତାଡ ପରେ ଅସଲ ସତ ସାମ୍ନାକୁ ଆସିଛି ।
ଏହି କାରବାରରେ ପୋଲିସ କର୍ମଚାରୀ ସାମିଲ ଥିବା ଜଣାପଡିଛି । ଫଳରେ ଏମାନଙ୍କ ସଂପୃକ୍ତି ଜଣାପଡିବା ପରେ ଆକ୍ସନ ନେଇଛନ୍ତି ଏସପି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି ।