ଖୋର୍ଦ୍ଧା ଜିଲ୍ଲାରେ ଲଜ୍ଜା, ୫ ମାସର ନାବାଳିକା ଗର୍ଭବତୀ
21/05/2018 at 11:02 PM

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ କୁହୁଡ଼ିରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ନାବାଳିକା । ନାବାଳିକା ଜଣକ ୫ ମାସର ନାବାଳିକା ଗର୍ଭବତୀଥିବା ଜଣାପଡ଼ିଛି । ନାବାଳିକାଙ୍କୁ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ନାବାଳକ ଦୁଷ୍କର୍ମ କରିଥିବା ନାବାଳକ ଜଣକ କହିଛନ୍ତି । ଘଟଣା ଜଣାପଡ଼ିବାପରେ ଖୋର୍ଦ୍ଦା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଟାଙ୍ଗୀ ସିଡିପିଓ ଓ ଚାଇଲ୍ଡଲାଇନକୁ ନିର୍ଦ୍ଦେଶ ଦେଇ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିଛନ୍ତି । ଆସନ୍ତା କାଲି ତାଙ୍କୁ ସିଡବ୍ଲୁସିଙ୍କ ନିକଟରେ ହାଜର କରାଯିବ। ସେପଟେ ନାବାଳକକୁ ଧରିବା ପାଇଁ ଚାଇଲ୍ଡଲାଇନ ପକ୍ଷରୁ ଟାଙ୍ଗୀ ଥାନାରେ ଏତଲା ଦିଆଯାଇଛି ।