ଖୋର୍ଦ୍ଧାରେ ମହାବିଷୁବ ମିଳନ ଉତ୍ସବ ଆନୁଷ୍ଠିତ
15/04/2018 at 12:04 AM

ଖୋର୍ଦ୍ଧ। ଗୀତା ଭବନ ରେ ବିଷୁବ ମିଳନ ସମିତି , ଖୋର୍ଦ୍ଧ। ଜିଲ୍ଲା ସାହିତ୍ୟ ସମାଜ ଓ ଅନୁଭବ ପରିବାର ପକ୍ଷରୁ ଅଷ୍ଟାଦଶ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଉଦ୍ଘାଟିତ ରୂପେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର । ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଭାରତର ରାଷ୍ଟ୍ରଦୁତ ଅବସର ବେଉରିଆ, ମୁଖ୍ୟ ବକ୍ତା ରୂପେ ସାହିତିକ ସୁଚେତା ମିଶ୍ର ଓ ବିଷୁବ ମିଳନ କମିଟିର ସାଭାପତି ସତ୍ୟବାଦୀ ବଳିଆରସିଂହ ପ୍ରମୁଖ ସଭା ମଂଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା କବି ମାନେ କବିତା ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଅର୍ଜନ କରିଥିବା 9 ଜଣ ବ୍ୟକ୍ତି ବଶେଷଙ୍କୁ ସମ୍ମାନିତ କରାଯାଇଛି। ଅନୁଭବ, ବରୁଣେଇ , ସପନର ପଥେ ପଥେ, ସିଏ ପରା ମୋର ଶ୍ରୀମତୀ, ମନେ ଅଛି ତା ଆଦି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନୋମଚିତ ହୋଇଛି।