ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଖୁବ୍ ଶୀଘ୍ର କମିବ ତୈଳ ଦର: ଧର୍ମେନ୍ଦ୍ର ପ୍ରଧାନ

21/05/2018 at 7:50 AM

କମିବ ତୈଳ ଦର । ଖୁବ୍ ଶୀଘ୍ର ଦର କମିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶଛୁଆଁ ରହିଛି । ଯାହାକୁ ନେଇ ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କରିବାକୁ ବିଚାର କରୁଛନ୍ତି । ଯଦି ସରକାର ତୈଳ ଦରକୁ ନିୟନ୍ତ୍ରଣ ଆଣିବାକୁ ଉତ୍ପାଦ ଶୁଳ୍କକୁ ହ୍ରାସ କରନ୍ତି ତେବେ ଖୁବ୍ ଶୀଘ୍ର ଦର କମିବାର ସମ୍ଭାବନା ସୃଷ୍ଟି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓପେକ୍ ର ଏକପାଖିଆ ତେଲ ଉତ୍ପାଦନ ହ୍ରାସ କରିବା ନିଷ୍ପତ୍ତି, ଭେନୁଜୁଆଲାରେ ରାଜନୈତିକ ଅସ୍ଥିରତା ଏବଂ ଇରାନ୍ ବିରୋଧରେ ଆମେରିକାର ଆର୍ଥିକ କଟକଣା ଲାଗୁ କରିବାର ଆଶଙ୍କା ଆଦି କାରଣ ଯୋଗୁ ତେଳ ଦର ହୁହୁ ହୋଇ ବଢୁଛି । ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି । ତେଲ ଦରକୁ କାବୁ କରିବାକୁ ନେଇ ସରକାର ଅନେକ ବିକଳ୍ପ ଉପରେ ବିଚାର କରୁଛନ୍ତି। ଏବେ ଅସଧିତ ତୈଳଦର ପ୍ରତି ବାରେଲ ପିଛା ୮୦ ଡଲାର ରହିଛି । ଯାହାକି ନଭେମ୍ବର ୨୦୧୪ ପରଠାରୁ ସର୍ବାଧିକ । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୬ଟଙ୍କା ୨୪ ପଇସାକୁ ବୃଦ୍ଧି ପାଇବାନେଇ ଉଦବେଗ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବାକୁ ସାମୟିକ କହିଛନ୍ତି ଧର୍ମେନ୍ଦ୍ର । ତେଲ ଦର ହ୍ରାସ କରିବାକୁ ରାଜ୍ୟସରକାର ଭ୍ୟାଟ ଦର ହ୍ରାସ କରିବାକୁ ପୁଣି ଥରେ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ଆହ୍ବାନ । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଧର୍ମେନ୍ଦ୍ର ପୁଣି ଥରେ ଦାବିକୁ ଦୋହରାଇଛନ୍ତି…

Leave a Reply

   Related Posts