Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ସୁରକ୍ଷାକର୍ମୀ ଆହତ

16/01/2023 at 9:09 AM

ପାଟଣା: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ କାରକେଟର ଏସ୍କର୍ଟ ଜିପ୍ ଦୁର୍ଘଟଣାଗ୍ରସ୍ତ । ରବିବାର ବିହାରର ବକ୍ସରରୁ ପାଟଣା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଜିପ୍ ଓଲଟି ପଡ଼ିବାରୁ ୫ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାରୁ ଏକ ବଡ଼ ବିପଦ ଟଳିଯାଇଛି ।

ରବିବାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିହାର ଗସ୍ତରେ ଥିବାବେଳେ କାରକେଟ୍ ଗାଡ଼ି ଦୁର୍ଘଟଣା ହୋଇଛି। ବକ୍ସରରୁ ପାଟଣା ଯିବା ସମୟରେ ମିଥିଳା ଓ ନାରାୟାଣପୁର ମଧ୍ୟରେ ସୁରକ୍ଷାକର୍ମୀଙ୍କ ଜିପ୍ ଦୁର୍ଘଟଣା ହୋଇଥିଲା । ଏଥିରେ ଡ୍ରାଇଭର ସମେତ ୫ଜଣ ପୋଲିସ ଆହତ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ ସୂଚନା ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଜିପ୍ ଭିଡିଓ ଫୁଟେଜ୍ ପୋଷ୍ଟ କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କ କୃପାରୁ ସବୁକିଛି ଠିକଠାକ୍ ଅଛି । ଆହତ ପୋଲିସ କର୍ମୀ ଓ ଡ୍ରାଇଭରଙ୍କୁ ଡୁମରାବ ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ଟ୍ବିଟରରେ ଲେଖିଛନ୍ତି ।  

   Related Posts