କ୍ରିକେଟ୍ ଫିଲ୍ଡରେ ନାଟୁ ନାଟୁ କ୍ରେଜ୍, ରାଇନା-ଭଜିଙ୍କ ଜବରଦସ୍ତ ଡ୍ୟାନ୍ସ…
22/03/2023 at 12:49 PM

ମୁମ୍ବାଇ ୨୨।୦୩ : କ୍ରିକେଟ୍ ଫିଲ୍ଡରେ ବି ନାଟୁ ନାଟୁ କ୍ରେଜ୍ । ବିଦେଶୀ ମାଟିରେ ଦମ୍ଦାର ଡ୍ୟାନ୍ସ କଲେ ଦୁଇ ଭାରତୀୟ କ୍ରିକେଟର । ସେ ପୁଣି ଆଉ କିଏ ନୁହେଁ, ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ, ଆଉ ଜଣେ ବିଶ୍ୱ ରେକର୍ଡଧାରୀ ବୋଲର ।
ନିକଟରେ ଶେଷ ହୋଇଥିବା ୯୫ ତମ ଓସ୍କାର କାର୍ଯ୍ୟକ୍ରମରେ ପୁରସ୍କାର ଜିତିଥିଲା ରାଜମୌଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘RRR’ର ଗୀତ ନାଟୁ ନାଟୁ । ୨୦୨୨ ପାଇଁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ଓସ୍କାର ପୁରସ୍କାର ହାତେଇଥିଲା ଏହି ଫିଲ୍ମ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗୀତିକାର ଆଓ୍ୱାର୍ଡ ହାତେଇଥିଲେ । ଭାରତରେ ଏହି ଗୀତରେ ବେଶ୍ କ୍ରେଜ୍ ରହିଥିବା ବେଳେ ଓସ୍କାର ମଞ୍ଚରେ ବି ନାଚିଥିଲେ କିଛି ଡ୍ୟାନ୍ସର । ଏସବୁ ଭିତରେ ଏହି ଗୀତର ଆଉ ଏକ କ୍ରେଜ୍ ଦେଖିବାକୁ ମିଳିଛି । କ୍ରିକେଟ୍ ଫିଲ୍ଡରେ ଦୁଇ ବରିଷ୍ଠ କ୍ରିକେଟ୍ର ନାଟୁ ନାଟୁ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି ।
କତ୍ତାରର ଦୋହାରେ ଶେଷ ହୋଇଛି ଲିଜେଣ୍ଟସ୍ କ୍ରିକେଟ୍ ଲିଗ୍ । ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ରେ ଇଣ୍ଡିଆ ମହାରାଜା ପକ୍ଷରୁ ଖେଳୁଥିବା କ୍ରିକେଟର ସୁରେଶ ରାଇନା ଏବଂ ହରଭଜନ ସିଂହ ନାଟୁ ନାଟୁ ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି । ମ୍ୟାଚ୍ ଶେଷ ପରେ ଉଭୟ ଗୀତର ବିଟ୍ରେ ଖୁବ୍ ଝୁମିଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫେମସ୍ ଗୀତରେ ଉଭୟ ତାଳରେ ତାଳ ଦେଇ ନାଚୁଥିବା ଦେଖି ସାଥୀ ଖେଳାଳିମାନେ ବି ବେଶ୍ ମଜା କରିଥିଲେ ।