Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଉପରେ ବି ଉଠୁଛି ପ୍ରଶ୍ନ, ଅପେକ୍ଷା କର ଆଇନ୍‌ ତା ବାଟରେ ଯିବ-ଦେବୀ ମିଶ୍ର

31/01/2023 at 1:40 PM

ଭୁବନେଶ୍ୱର ୩୧।୦୧ : ପୋଲିସର ତଦନ୍ତ କଲେ କୁହାଯିବ ଠିକ ହେଲାନି । କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠିବ । କହିବେ ସବୁବେଳେ କିନ୍ତୁ କଣ କରାଯିବ ସେଇଟା କୁହନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଯଦି ତାକୁ ଜୁଡିସିଆଲ ତଦନ୍ତ କରାଯିବ ତାହା ଟ୍ରାନ୍ସପରେଣ୍ଟ ହେଲା । ତଦନ୍ତର ଫଳାଫଳ କଣ ହେଉଛି ତାକୁ ଅପେକ୍ଷା କରନ୍ତୁ । ସେମାନେ କେଉଁଥିରେ ସନ୍ତୁଷ୍ଟ ନାହାନ୍ତି । ଯଦି ସେମାନେ କିଛି ସତ ଜାଣିଛନ୍ତି କିମ୍ବା ତଦନ୍ତରେ କିଛି କମି ରହିବ ବୋଲି ଭାବୁଛନ୍ତି ସେମାନେ ସ୍ପଷ୍ଟ ଭାବେ କୁହନ୍ତୁ । ଅଭିଯୋଗ ସେକରେ ଅଭିଯୋଗ କରନ୍ତୁ ନାହିଁ । ରିଅଲି କଲପ୍ରିଟ ତାର ମୋଟିଭ ଯଦି କିଛି କନସ୍ପେରେସି ଥିବ ସେଇଟା ଏକ୍ସପୋଜ ହେବା ଦରକାର ।

ଏଇଟା ଏକ ଦୁଃଖଦ ଘଟଣା । ୟାକୁ କେହି ଆପ୍ରିସିଏଟ କରିବେନି । ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି । ଆମେ ବି ତାର ଦୃଢ଼ ନିନ୍ଦା କରୁଛୁ । ଏଇଟା ହିନୀୟସ୍ ଥିଙ୍କ ।  ହଠାତ ତ କହିବାନି ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ଗଲାଣି ।  ବର୍ତ୍ତମାନ ଯେମିତି କ୍ରାଇମ ହେଉଛି ଲୋକଙ୍କର ମୋଟିଭ ଯେମିତି ରହୁଛି ଆଉ ଲୋକଙ୍କର କ୍ରାଇମ କରିବାର ପ୍ରବଣତା ବି ଆସୁଛି । ଏଇଟା ସର୍ବ ଭାରତୀୟ ସ୍ତରରେ ହୋଇଛି । ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ।

   Related Posts