LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୋରାପୁଟ ବୋରିଗୁମ୍ମା ଜୟନ୍ତଗିରି ଓ ଜାମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

15/04/2018 at 1:40 AM

କୋରାପୁଟ ବୋରିଗୁମ୍ମା ଜୟନ୍ତଗିରି ଓ ଜାମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।ଜବତ ବିସ୍ଫୋରକ ମଧ୍ୟରେ ରହିଛି ୨୬ ପେକେଟ ଇଲେକଟ୍ରୋନିକ୍ ଡିଟୋନେଟର , ୪୨୨ ପ୍ୟାକେଟ୍ ନନ୍ ଇଲେକଟ୍ରୋନିକ ଡିଟୋନେଟର, ୩ ବଣ୍ଡଲ କଡେକ୍ସ ଫାୟାର, ୭୩ କେଜି ଆୋମନିୟମ ନାଇଟ୍ରେଟ୍ , ୩୮ ବଣ୍ଡଲ ସେପ୍ଟିପିଉର ଭଲି ବିସ୍ଫୋରକ । ସେହିଭଳି ଗୋଟିଏ ହୋଣ୍ଡା ସାଇନ୍ ବାଇକ୍, ଜବତ ହୋଇଥିବା ବେଳେ ତିନିଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ଆର.ନାଗେନ୍ଦ୍ର ରାଓ, ସୁବାସ ଚନ୍ଦ୍ର ସାହୁ, ଶିବରାମ ପାଣିଗ୍ରାହୀ । ବେଆଇନ ପଥର ବ୍ଲାଷ୍ଟି ପାଇଁ ଏହିସବୁ ବିସ୍ଫୋରକ ସାମଗ୍ରୀ ବ୍ୟବହାର ହେବାକୁ ଥିଲା । କୌଣସି ସୁତ୍ରରୁ ଖବର ପାଇ ବୋରିଗୁମ୍ମା ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକ୍ଷକ ହରେକୃଷ୍ଟ ମାଝୀ ଏବଂ ବୋରିଗୁମ୍ମା ଥାନା ତାଲିମ କାଳୀନ ଭାରପ୍ରାପ୍ତ ଅଧିକାରୀ ସାଗରିକ ନାଥ ଗତକାଲି ରାତିରେ ଚଢାଉ କରି ଏହିସବୁ ସାମଗ୍ରୀ ଜୀବତ କରିଛନ୍ତି । ବୈପାରୀଗୁଡା, ଲମତାପୁଟ ଆଦି ଅଞ୍ଚଳରେ ବେନିୟମ ଭାବେ ପଥର ବ୍ଲାଷ୍ଟି, ବିସ୍ଫୋରକ ଦ୍ରବ୍ୟ କାରବାର ସହ ନିଶା କାରବାର ଅବାଧରେ ଚାଲିଛି । କିଛି ପୋଲିସ କର୍ମଚାରୀଙ୍କ ଛତ୍ରଛାୟା ତଳେ ରହି ଏଭଳି ବେଆଇନ୍ କାରବାର ଚାଲିଥିବା ଅଭିଯୋଗ ହେବା ପରେ ଏହି ଚଢାଉ କରାଯାଇଛି ।ଆଗକୁ ମଧ୍ୟ ଏଭଳି ଚଢାଉ ଜାରି ରହିବ ବୋଲି ଆଇପିଏସ୍ ଅଧିକାରୀ ସାଗରିକା ନାଥ କହିଛନ୍ତି ।

Leave a Reply

   Related Posts