oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କୋଭିଡ ପାଇଁ ଦୀର୍ଘ ୧୦ଘଣ୍ଟା ପଡିରହିଲା ମୃତଦେହ, ଶ୍ମାଶନକୁ ନେଇ ଦାହ କଲେ ବଜରଙ୍ଗୀ କ୍ଲବର ସଦସ୍ୟ

13/06/2021 at 4:22 PM

ଢେଙ୍କାନାଳ, : କୋଭିଡ ମହାମାରୀ ହଜାଇ ଦେଇଛି ମାନବିକତା । ଆଉ କୋଭିଡ ସଂକ୍ରମଣ ଜନିତ ମୃତ୍ୟୁ ଜାଣିଲେ ସହି ପଡିଶା ପାଖ ପଶିବା ଦୁରେ ଥାଉ ଛୁଉଁ ନାହାନ୍ତି ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ଢେଙ୍କାନାଳ ସହର ତଳି ବୋରାପଦା ଗ୍ରାମରେ । ଏପରିକି ମୃତଦେହ ଦୀର୍ଘ ୧୦ଘଣ୍ଟା ଧରି ପଡିରହିବା ପରେ ଖବର ପାଇ ଢେଙ୍କାନାଳ ବଜରଙ୍ଗ କ୍ଲବର ଉତ୍ସାହୀ ଯୁବକ ମାନେ ପହଂଚି ମୃତଦେହ ଶ୍ମଶାନକୁ ନେଇ ଦାହ କରିଥିବା ଦେଖାଇଛି ।

ସୂଚନା ମୁତାବକ, ବୋରାପଦା ଗ୍ରାମର ଗୌରାଙ୍ଗ ମଲ୍ଲିକ ନାମକ ଜଣେ ପୂର୍ତ୍ତ ବିଭାଗର କର୍ମଚାରୀ କୋଭିଡ ସଂକ୍ରମଣରେ କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ତାଙ୍କର ଅକ୍ସିଜେନ ଲେଭଲ କମ ହୋଇ ଗୁରୁତର ଅବସ୍ଥାରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର ସନ୍ତାନ ନଥିବା ବେଳେ ସାହି ପଡିଶା କୋଭିଡ ଭୟରେ ପାଖକୁ ଆସିନଥିଲେ । ଫଳରେ ତାଙ୍କ ପତ୍ନୀ ଅସହାୟ ହୋଇପଡିଥିଲେ ।

ଏପରିକି ଦୀର୍ଘ ୧୦ଘଣ୍ଟା ଶବ ପଡିରହିଥିବା ଖବର ପାଇଁ ବଜରଙ୍ଗ ସଦସ୍ୟମାନେ ପହଞ୍ଚିଥିଲେ । ପରେ ମୃତଦେହ ସହରର ମହିଷାପାଟ ସ୍ଥିତ ଶ୍ମଶାନକୁ ନେଇ ହିନ୍ଦୁ ପରମ୍ପରା ମୁତାବକ ଦାହ କରିଥିବା ଜଣାପଡ଼ିଛି । କେହି ସମ୍ପର୍କୀୟ ନ ଆସିବାରୁ ବାଧ୍ୟ ହୋଇ ଗୌରାଙ୍ଗଙ୍କୁ ତାଙ୍କ ଧର୍ମପତ୍ନୀ ମୁଖାଗ୍ନି ଦେଇଥିବା ଜଣାପଡିଛି ।

   Related Posts