କୋଟିଆରେ ଉତ୍କଳ ଦିବସ ପାଳିବେ ନେତା, କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ୬ ବିଧାୟକ କରିବେ ଗସ୍ତ
31/03/2023 at 3:46 PM

ଭୁବନେଶ୍ୱର ୩୦/୩ : କୋଟିଆରେ ଉତ୍କଳ ଦିବସ ପାଳିବେ ନେତା । ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ୬ ବିଧାୟକ କୋଟିଆ ଗସ୍ତ କରିବେ । ସେଠାରେ ଉତ୍କଳ ଦିବସ ପାଳନ ସହ ସୀମାନ୍ତ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିବେ । ୬ ବିଧାୟକମାନେ ହେଲେ ମୁକେଶ ମହାଲିଙ୍ଗ , ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁରଜ ସୁଯ୍ୟବଂଶୀ , କେ ନାରାୟଣ ରାଓ , ନିତ୍ୟାନନ୍ଦ ଗଣ୍ଡ ଓ ସନାତନ ବିଜୁଳି ।
ଶନିବାର ସକାଳ ସାଢେ ୧୦ଟାରେ ପଟାଙ୍ଗୀ ବ୍ଲକ ଫାଟୁସିନେରୀ ଗାଁ ପରିଦର୍ଶନ କରିବେ । ଏହା ପରେ କୋଟିଆ ଗାଁରେ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀଙ୍କ ସହ ୬ ବିଧାୟକ । କୋଟିଆ ଗ୍ରାମ ସମିତି ପକ୍ଷରୁ ଉତ୍କଳ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହା ପରେ ଦିନ ୨ଟାରେ କୋରାପୁଟସ୍ଥିତ ସେଣ୍ଟ୍ରାଲ ଯୁନିଭରସିଟିରେ ପହଞ୍ଚିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ସଂଧ୍ୟାରେ କୋରାପୁଟ ସର୍କିଟ ହାଉସରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।