କୋଭିଡ ପ୍ରଭାବକୁ ଦେଖି ଲୋନ୍ ମୋରେଟୋରିୟମ୍ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ: ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଲେ ସରକାର
1/09/2020 at 4:37 PM

ନୂଆଦିଲ୍ଲୀ ୦୧/୦୯- ସୁପ୍ରିମକୋର୍ଟ ମୋରେଟେରିୟମ୍ ମାମଲାରେ ଅାଜି ପୁଣି ଥରେ ଶୁଣାଣି କରିଛନ୍ତି। ଏ ସୁବିଧା ଦୁଇ ବର୍ଷ ପାଇଁ ବଢ଼ାଯିବ। ମାତ୍ର ଏ ସୁବିଧା କିଛି ସେକ୍ଟରକୁ ମିଳିବ। ଭାରତ ସରକାରଙ୍କ ପକ୍ଷ ରଖି ସଲିଷ୍ଟର ଜେନେରାଲ୍ ତୁଷାର ମେହଟା ସୁପ୍ରିମକୋର୍ଟରେ କହିଛନ୍ତି ଯେ ଲୋନ୍ ମୋରେଟେରିୟମ୍ ଦୁଇ ବର୍ଷ ପାଇଁ ବଢ଼ାଯାଇପାରେ। ଏହାକୁ ନେଇ କୋର୍ଟ ଆସନ୍ତାକାଲି ଅର୍ଥାତ୍ ବୁଧବାର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ବହୁତ ଗୁଡିଏ ଯାଚିକା ଦାୟର କରାଯାଇଛି। ଯେଉଁଥରେ ଋଣ କମ୍ କରିବାକୁ କୁହାଯାଇଛି। ଏ ଋଣ ସେହି ସବୁ ଇମ୍ଏମ୍ରେଆଇ ଲାଗିଛି ଯାହାକୁ କରୋନା କାଳରେ ମୋରେଟେରିୟମ୍ ଆଧାରରେ ସସ୍ପେଣ୍ଡ କରାଯାଇଥିଲା।
ଏହା ପୂର୍ବରୁ ପିଛିଲା ଶୁଣାଣି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ। କୋର୍ଟ କହିଥିଲେ, ସରକାର ଏ ମାମଲାରେ ଆରବିଆଇ ପଛରେ ଲୁଚିପାରିବେ ନାହିଁ। କେବଳ ଏତିକି ନୁହେଁ, କୋର୍ଟ ମାମଲାରେ ସରକାର ଓ ଆରବିଆଇକୁ ଗୋଟିଏ ସପ୍ତାହ ମଧ୍ୟରେ ସ୍ଥିତିକୁ ସ୍ପଷ୍ଯ କରିବା ପାଇଁ କହିଥିଲେ।
ତେବେ କରୋନା ଓ ଲକଡାଉନ୍ ଭିତରେ ଆରବିଆଇ ମୋରେଟେରିୟମ୍ ଜରିଆରେ ଲୋକଙ୍କୁ ତିନି ମାସ ପର୍ଯନ୍ତ ଇଏମଆଇ ଘୁଞ୍ଚାଇବା ସୁବିଧା ଦେଇଥିଲେ। ଏହାକୁ ପରେ ବୃଦ୍ଧି କରି ଅଗଷ୍ଟ ୨୧ ଯାଏଁ କରିଥିଲେ।