କେରଳରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା
21/05/2018 at 6:45 AM

କେରଳରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପେଣ୍ଠ ଗାଁର ପ୍ରଭାକର ଦାସ ଗତ ୧୫ ବର୍ଷ ହେଲା କେରଳର କାନୁର ଜିଲ୍ଲାର ଗ୍ରୀନ୍ ଉଡ୍ ପ୍ଲାଏ ନାମକ ଏକ କମ୍ପାନୀରେ କାମ କରୁଥିଲେ । ଏଥି ସହ ସେ ଶ୍ରମିକଙ୍କୁ ଠିକାରେ ଆଣି କମ୍ପାନୀରେ ନିୟୋଜିତି କରୁଥିଲେ । ଏହାଛଡା ତାଙ୍କର ଏକ ତେଜରାତି ଦୋକାନ ମଧ୍ୟ ଥିଲା । ଗତ ୧୯ ତାରିଖ ବିଳମ୍ବିତ ରାତିରେ ପ୍ରଭାକରଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ଘର ଭିତରେ ପଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କୁ ମାରପିଟ କରିବା ସହ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ପୂର୍ବରୁ କିଛି ସ୍ଥାନୀୟ ଲୋକଙ୍କ ସହ ପ୍ରଭାକରଙ୍କ ଗଣ୍ଡଗୋଳ ହୋଇଥିଲା । ସେମାନ ହିଁ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଆଜି ପ୍ରଭାକରଙ୍କ ମୃତଦେହ ପୈତୃକ ଗାଁରେ ପହଞ୍ଚିବ ।