କେନ୍ଦ୍ର କ୍ୟାବିନେଟ୍ ରେ ତେଲ ଦର ନେଇ ଆଲୋଚନା
23/05/2018 at 10:22 AM

କେନ୍ଦ୍ର କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ତେଲ ଦର ନେଇ ଆଲୋଚନା ହେଉଥିବା ର ସୂଚନା । କର୍ଣ୍ମାଟକ ନିର୍ବାଚନ ପରଠୁ ପ୍ରତିଦିନ ପେଟ୍ରୋଲ – ଡିଜେଲ ଦର ବୃଦ୍ଧି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସାଧାରଣ ଜନତା, ଉପଭୋକ୍ତା ଏବଂ ରାଜନେତାଏ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତେଲ ଦର ବୃଦ୍ଧି କରାଯାଉଥିବା ସରକାରୀ ତେଲ କମ୍ପାନୀ ଙ୍କ ପକ୍ଷରୁ କୁହାଯାଉଛି । ପେଟ୍ରୋଲିୟମ ମନ୍ତ୍ରୀ ଏନେଇ କିଛି ପଦକ୍ଷେପ ନେଇ ପୂର୍ବରୁ ସୂଚନା ଦେଇଥିବା ବେଳେ ଆଜିର କ୍ୟାବିନେଟ ବୈଠକ ପରେ ତେଲ ଦର ହ୍ରାସ ଘୋଷଣା ଆଶା କରାଯାଉଛି । ସରକା ଶୁଳ୍କ ହ୍ରାସ ପଦକ୍ଷେପ ନେଇ ପାରନ୍ତି । ତା ସହ ବିଜେଟି ଶାସିତ ରାଜ୍ୟରେ ତେଲ ଉପରୁ ଭ୍ୟାଟ ହ୍ରାସ ଆଶାମଧ୍ୟ କରାଯାଉଛି । ଏପରିକି ତେଲ ଦର ଲିଟର ପ୍ରତି ୪ ଟଙ୍କା ଯାଏଁ ହ୍ରାସ ଆଶା କରାଯାଉଛି ।