AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କେତେ ଶକ୍ତିଶାଳୀ ଲିଓପାଡ୍-୨ ଟ୍ୟାଙ୍କ, ୟୁକ୍ରେନକୁ ଦେବା ଉପରେ କାହିଁକି ଚୁପ୍ ଜର୍ମାନୀ ? ନାଟୋରେ ବିଭେଦର ସଂକେତ

22/01/2023 at 4:27 PM

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଗୋଟିଏ ବର୍ଷ ହେବାକୁ ଯାଉଛି । ଏହାରି ଭିତରେ ଆମେରିକା ସହ ଅନେକ ପାଶ୍ଚ୍ୟାତ ଦେଶ ରୁଷ ବିରୋଧ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ ଜଣାଇ ଯୁଦ୍ଧ ଟ୍ୟାଙ୍କ ଏବଂ ହତିଆର ଯୋଗାଇବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ଏହା ଭିତରେ ପାଶ୍ଚ୍ୟାତ ରାଷ୍ଟ୍ରର ମିତ୍ର ଦେଶ ଜର୍ମାନୀ ଉପରେ ନିଜର ଲିଓପାଡ୍-୨ ଟ୍ୟାଙ୍କ ଉପଲବ୍ଧ କରାଇବା ପାଇଁ ଅଧିକ ଚାପ ପଡିବାରେ ଲାଗିଛି ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଲଗାତାର ରୁଷ ବିରୁଦ୍ଧ ଯୁଦ୍ଧରେ ଅଧିକ ଉନ୍ନତ ଯୁଦ୍ଧାସ୍ତ୍ର ପାଇଁ ପଶ୍ଚିମ ରାଷ୍ଟ୍ର ଗୁଡିକ ନିକଟରେ ଦାବି ରଖୁଛନ୍ତି । ଆମେରିକା ଚଳିତ ସପ୍ତାହରେ ୯୦ କମବାଟ୍ ବାହାନ ସହ ୨.୫ ବିଲିୟନ ଡଲାରର ସୈନ୍ୟ ସହାୟତା ୟୁକ୍ରେନକୁ ଦେଇଛି । ଦାବି କରାଯାଉଛି ଯେ ଜର୍ମାନୀ ମଧ୍ୟ ନିଜର ଲିଓପାଡ୍-୨ ଟ୍ୟାଙ୍କ ୟୁକ୍ରେନକୁ ଦେବ କିନ୍ତୁ ବର୍ତ୍ତମାନ ସୁଦ୍ଧା ଜର୍ମାନୀ ଏହାକୁ ନେଇ ଚୁପ ରହିଛି ।

ୟୁକ୍ରେର ଉପ-ବିଦେଶ ମନ୍ତ୍ରୀ ଆଣ୍ଡ୍ରି ମେଲନିକ୍ ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଲିଓପାଡ୍-୨ ଟ୍ୟାଙ୍କ ୟୁକ୍ରେନକୁ ପଠାଇବା ନେଇ ଜର୍ମାନୀର ଅସ୍ପଷ୍ଟ ଅଭିମୁଖ୍ୟ ଉପରେ ନିରାଶ ହୋଇଥିଲେ । ମେଲନିକ୍ କହିଥିଲେ ଯେ ଲିଓପାଡ୍-୨ ପଠାଇବା ନେଇ ଜର୍ମାନୀ ପ୍ରଥମେ ୟୁକେକୁ କହିଥିଲା, କିନ୍ତୁ ଏବେ ଏହାର ଅସ୍ପଷ୍ଟତାକୁ ନିରାଶ କରୁଛି । ଏହାଦ୍ୱାରା ଅନ୍ୟ ଦେଶର ପଦକ୍ଷେପ ମଧ୍ୟ ପ୍ରଭାବିତ ହେବ । ନାଟୋର ସଦସ୍ୟ ଦେଶ ଗୁଡିକ ମଧ୍ୟରେ ଜର୍ମାନୀର ଏହି ନିଷ୍ପତ୍ତିରେ ବିବାଦ ସୃଷ୍ଟି ହୋଇଛି ।

୧୯୭୦ ଦଶନ୍ଧି ଶେଷ ବେଳକୁ ଆମେରିକୀୟ ଏମ୪୮ ପେଣ୍ଟର୍ଣ୍ଣର ପରିବର୍ତ୍ତନ ପାଇଁ ଲିଓପାଡ୍-୨କୁ ପ୍ରଥମ ଥର ପ୍ରସ୍ତୁତ କରାଯାଇଥିଲା । ଏହାପରେ ଏହି ଟ୍ୟାଙ୍କ ନିଜର ମାରକ କ୍ଷମତା, ଗତିଶୀଳତା ଏବଂ ମଜଭୁତ ସୁରକ୍ଷା କବଚ ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଜର୍ମାନୀର ହତିଆର ନିର୍ମାତା କମ୍ପାନି କ୍ରସ-ମଫେଇ ୱେଗମେନ ବର୍ତ୍ତମାନ ସୁଦ୍ଧା ୬୦ ଟନ ଓଜନର ଏହି ଯୁଦ୍ଧ ଟ୍ୟାଙ୍କର ପ୍ରାୟ ୩୫୦୦ ୟୁନିଟ ନିର୍ମାଣ କରିଛି ।

   Related Posts