ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

କୁଖ୍ୟାତ ହାତୀ ଦାନ୍ତ ବେପାରୀ ଗିରଫ, ବଡ଼ମ୍ୱାରୁ ନେଇ ପଶ୍ଚିମବଙ୍ଗରେ କରୁଥିଲା ବିକ୍ରି

12/08/2022 at 10:46 PM

ଆଠଗଡ, ୧୨/୦୮: ଆଠଗଡ଼ ଵନ ବିଭାଗ ପକ୍ଷରୁ ଜଣେ ହାତୀ ଦାନ୍ତ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବେପାରୀ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦକ୍ଷିଣ ପାରିକ୍ଷେତ ଗ୍ରାମର ଏସ୍ କେ ରଜାକ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗତକାଲି ଆଠଗଡ଼ ଵନ ବିଭାଗ, ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀ ଏବଂ ଖୋର୍ଦ୍ଧା ପୋଲିସ ସହାୟତାରେ ତା ଘରୁ ଗିରଫ କରାଯାଇଥିଲା । ଜେରା ବେଳେ ସେ ବଡ଼ମ୍ବା ଅଞ୍ଚଳରୁ ହାତୀ ଦାନ୍ତ ନେଇ ପଶ୍ଚିମ ବଙ୍ଗର କୋଲକତା ଅଞ୍ଚଳରେ ବିକ୍ରି କରୁଥିବା ସ୍ବୀକାର କରିଛି ।

ଅନ୍ୟ ପକ୍ଷରେ ଏଥିରେ ସଂପୃକ୍ତ ଆଉ କିଛି ଲୋକମାନଙ୍କ ନାମ ପ୍ରକାଶ କରିଥିବା ଏବଂ ଆଠଗଡ଼ ବନଖଣ୍ଡ ଅଞ୍ଚଳର ଅନ୍ୟାନ୍ୟ ଜାଗାରୁ ମଧ୍ୟ ହାତୀ ଦାନ୍ତ ନେଇ ବାହାରକୁ ଚାଲାଣ କରୁଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦଵ ସୂଚନା ଦେଇଛନ୍ତି । ଅଭିଯୁକ୍ତ ରଜାକକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ଦେଇଥିବା ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ।

ଫୋନ୍ ରେକଡ୍ _ ସୁଦର୍ଶନ ଗୋପୀନାଥ ଜାଦବ (ଡିଏଫ୍ଓ ,ଆଠଗଡ଼)

   Related Posts