suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୁଆଡ଼େ ଗଲା ରତ୍ନଭଣ୍ତାର ଚାବି ?

5/06/2018 at 10:30 PM

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଗତକାଲି ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏହାକୁ ଏବେ ସବୁ ମହଲରେ ସ୍ବାଗତ କରାଯାଇଛି। କାହା ପାଖରେ ଏହି ଚାବି ଥିଲା। କେଉଁ ପରିସ୍ଥିତିରେ ଏହା ହଜିଲା। ସେ ନେଇ ତଦନ୍ତ ହେବା ନିହାତି ଜରୁରୀ ବୋଲି ଭକ୍ତ ଓ ସେବାୟତ କହିଛନ୍ତି। ଏହାସହ ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜୋର ଧରିଛି। ସେପଟେ ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ଏକ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି।

Leave a Reply

   Related Posts