କୁଆଡେ ଗଲା ରତ୍ନଭଣ୍ଡାର ଚାବି
5/06/2018 at 12:23 AM

କୁଆଡେ ଗଲା ରତ୍ନଭଣ୍ଡାର ଚାବି । ରତ୍ନଭଣ୍ଡାର ସୁନା ଅଳଙ୍କାର ସୁରକ୍ଷିତ ଅଛି ତ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନେର ଏମିତି ପ୍ରଶ୍ନ ଉଠିବା ପରେ ଚେତିଛନ୍ତି ସରକାର । ଚାବି ନିଖୋଜ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତି ତଦନ୍ତ କରିବେ ।ଚାବି କେଉଠି ଥିଲା, ଦାୟିତ୍ବ କାହାର ଥିଲା । କେଉଁ ପରିସ୍ଥିତିରେ ଚାବି ମିଳୁନି, ସେନେଇ ତଦନ୍ତ ହେବ । ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର ।ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ତଦନ୍ତ ପରେ ସବୁ କଥା ସାମ୍ମନାକୁ ଆସିବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।