Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କିଏ ଏହି ସେନ ଗ୍ରେଗୋଏର ? ଯିଏକି ଆଲିଆଙ୍କ ହେବେ ଜୀବନସାଥୀ

22/05/2023 at 8:04 AM

ମୁମ୍ବାଇ ୨୨।୦୫: ଅନୁରାଗ କାଶ୍ୟପଙ୍କ ଘରେ ଖେଳିବାକୁ ଯାଇଛି ଖୁସିର ଲହର । ଘରେ ବାଜିବ ଶାହାନାଇ । ଜୀବନସାଥୀ ବାଛିଛନ୍ତି ତାଙ୍କ ଝିଅ । ନିର୍ବନ୍ଧ ସରିଛି ଖୁବଶୀଘ୍ର ପଡ଼ିବ ହାତଗଣ୍ଠି । ଆଲିଆ ତାଙ୍କର ଦୀର୍ଘ ସମୟର ବିଦେଶୀ ପ୍ରେମିକ ସେନ ଗ୍ରେଗୋଏରଙ୍କ ସହିତ ୨୦ ମେ’ରେ ନିର୍ବନ୍ଧ କରିଛନ୍ତି। ପିନ୍ଧାଇଛନ୍ତି ଦାମୀ ହୀରା ମୁଦି ।  ଉଭୟ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାସହିତ ଆଲିଆ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଲିପ୍ ଲକ୍ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଉଭୟ ଇଣ୍ଡୋନେସିଆର ବାଲି ସହରରେ ନିର୍ବନ୍ଧ କରିଛନ୍ତି । ତେବେ କିଏ ଏହି ଅନୁରାଗ କଶ୍ୟପଙ୍କ ହେବାକୁ ଥିବା ଭାବି ଜ୍ବାଇଁ । ୨୩ ବର୍ଷିୟ ସେନ ଗ୍ରେଗୋଏର ଜଣେ ଆମେରିକୀୟ ଉଦ୍ୟୋଗୀ । ସେ Rocket Powered Sound ନାମକ ଏକ କମ୍ପାନୀର ପ୍ରତିଷ୍ଠାତା । ଏହା ଏକ ସଫ୍ଟୱେର୍ କମ୍ପାନୀ । ଯାହା ସାଉଣ୍ଡ୍ ଡିଜାଇନ୍ ଏବଂ ମ୍ୟୁଜିକ୍ ପ୍ରଡକ୍ସନ ଡେଭଲପମେଣ୍ଟ କରିଥାଏ । ଆଲିଆଙ୍କ କାମ କଥା କହିବାକୁ ଗଲେ ସେ ଜଣେ ବ୍ଲଗର୍ । ପ୍ରାୟତଃ ଭିଡିଓ କରି ୟୁଟ୍ୟୁବରେ ସେୟାର କରିଥାନ୍ତି । 

ଆଲିଆ ଏବଂ ସଚିନ ଗତ ତିନିବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି । ଏମାନଙ୍କ ପ୍ରେମ କାହାଣୀ ଏକ ଡେଟିଂ ଆପ୍ରୁ ଆରମ୍ଭ ହୋଇଥିଲା ।  ଆଲିଆ ତାଙ୍କର ଏକ ଭ୍ଲଗରେ କହିଥିଲେ କି ମୁଁ ସିଙ୍ଗଲ୍ ଥିବା ବେଳେ ଡେଟିଂ ଆପ୍ର ବ୍ୟବହାର କରୁଥିଲି । ଆଉ ଶେନଙ୍କୁ ଦେଖିବା ପରେ ବହୁତ ପସନ୍ଦ ଆସିଥିଲେ ।  ଶେନ ଯେତେବେଳେ ରିକଓ୍ବେଷ୍ଟ ଆକସେପ୍ଟ କଲେ ସେତେବେଳେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହାପରେ ବନ୍ଧୁ ଏବଂ ବନ୍ଧୁତାରୁ ପ୍ରେମରେ ହୋଇଥିଲା ପରିଣତ ।  ସେବେଠାରୁ ଦୁହେଁ ଏକାଠି ରହିଛନ୍ତି।”କହିରଖୁଛୁ କି ଅନୁରାଗ କାଶ୍ୟପ ତାଙ୍କ ଝିଅ ପାଇଁ ବହୁତ ଖୁସି ଅଛନ୍ତି ।

 ସେ ଉଭୟଙ୍କୁ ଅଭିନନ୍ଦନ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି  । ଯେଉଁଥିରେ ଆଲିଆ ଏକ ହୀରା ମୁଦି ଦେଖାଉଥିବା ନଜର ଆସୁଛନ୍ତି । ଅନୁରାଗ ଲେଖିଛନ୍ତି – ‘ତୁମ ବଡି ହୋ ଗଇ ହୋଷ ଇତନି କି ତୁମନେ ଅବ ସଗାଇ କର ଲି ହେ, ମୁଝେ ତୁମପର ଗର୍ବ ହେ’ କହିବାକୁ ଗଲେ ଉଭୟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

   Related Posts