‘କାନ୍ତାରା-୨’ରେ ଉର୍ବଶୀ ରୌତେଲାଙ୍କ ଏଣ୍ଟ୍ରି, ସେୟାର କଲେ ପୋଷ୍ଟ
11/02/2023 at 1:22 PM

ମୁମ୍ଵାଇ ୧୧।୦୨ : ବଲିଉଡ୍ର ବ୍ୟୁଟି କୁଇନ୍ ତଥା ସୁନ୍ଦରୀ ଉର୍ବଶୀ ରୌତେଲା। ତାଙ୍କ ନିଆର ଷ୍ଟାଇଲ, ବୋଲ୍ଡନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ସୁନ୍ଦରଓ ଆକର୍ଷଣୀୟ ପୋଷାକ ପାଇଁ ବେଶ ଚର୍ଚ୍ଚାରେ ଥାନ୍ତି । ଏହା ବ୍ୟତୀତ ଉର୍ବଶୀ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଭିଡିଓ ସେୟାର କରନ୍ତି । ଯେଉଁଥିରେ ତାଙ୍କ ପୋଷ୍ଟ ଭାଇରାଲ୍ ହୋଇଥାଏ। ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଉର୍ବଶୀଙ୍କର ଫ୍ୟାନ୍ସ ତାଙ୍କୁ ଫଲୋର୍ସ ଖୁବ୍ ଅଧିକା । କିନ୍ତୁ ବର୍ତ୍ତମାନ ସେ ତାଙ୍କ ଡ୍ରେସ୍ ପାଇଁ ହିଁ ନୁହେଁ ବରଂ ଅନ୍ୟ ଏକ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।
ନିକଟରେ ଉର୍ବଶୀ ଋଷଭଙ୍କ ଦୁର୍ଘଟଣାକୁ ପରେ ଚର୍ଚ୍ଚାକୁ ଆସିଥିଲେ । ଯେଉଁଥିରେ ସେ ତାଙ୍କ ନାମ ନନେଇ ନା ନା ଫଟୋ ସେୟାର କରି ସୂଚିତ କରାଇଥିଲେ । ଯାହା ଫଳରେ ସେ ଖୁବ୍ ଟ୍ରୋଲ ହୋଇଥିଲେ । ହେଲେ ବର୍ତ୍ତମାନ ତାଙ୍କୁ ଆଉ ଏକ କାମ ପାଇଁ ଲାଇମ୍ ଲାଇଟ୍କୁ ଆସିଛନ୍ତି। ସୋସିଆଲ ମିଡିଆରେ ଉର୍ବଶୀ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖିଛନ୍ତି କି ସେ କାନ୍ତାରା-୨ରେ ନଜର ଆସିବେ ।
ଖୁବ୍ ଶୀଘ୍ର ଅଭିନେତ୍ରୀ ଋଷଭ ଶେଟ୍ଟୀଙ୍କ ଫିଲ୍ମ କାନ୍ତାରା-୨ରେ ଅଭିନୟ କରିବେ। ଫିଲ୍ମକୁ ନେଇ ଅଧିକ ସୂଚନା ମିଳିନାହିଁ । ଉର୍ବଶୀଙ୍କ ଫ୍ୟାନ୍ସମାନେ ଖୁସି ଖବର ଶୁଣି ଉତ୍ସାହିତ ହୋଇଯାଇଛନ୍ତି। ସେୟାର ହୋଇଥିବା ପୋଷ୍ଟ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।