କାଠଯୋଡୀ ନଦୀପଠାରେ ଫୁଟବଲ ଖେଳ
5/06/2018 at 10:58 PM

କ୍ରିକେଟ୍ ଏବଂ ହକି ଖେଳର ବିକାଶ ପାଇଁ ରାଜ୍ୟରେ ଭିତ୍ତିଭୂମିର ଅଭାବ ନାହିଁ। ଗତକିଛି ବର୍ଷ ଭିତରେ ଅନେକ ନାମକରା ଆଥଲେଟ୍ ଇଣ୍ଟରନ୍ୟାସନ୍ୟାଲ ଇଭେଣ୍ଟରେ ମଧ୍ୟ ନାଁ କମେଇ ସାରିଲେଣି, ଏପରିକି ଅଲିମ୍ପିକ୍ସରେ ମଧ୍ୟ ଓଡିଆ ଆଥଲେଟ୍ ମାନେ ନିଜର କମାଲ ଦେଖାଇ ସାରିଛନ୍ତି। କିନ୍ତୁ ପଛରେ ପଡିଯାଇଛି ଫୁଟବଲ୍। ତେବେ ପ୍ରସଙ୍ଗ ହେଉଛି, ଫୁଟବଲ ଖେଳକୁ ଅଣଦେଖା କରାଯାଉଛି ନା ଆଉ କିଛି। ତେବେ ସେହି ଫୁଟବଲ ପାଇଁ ଜୀ-ଜାନ ଲଗାଇ ଦେଇଥିବା କିଛି କିଶୋର ଏବଂ ଯୁବକଙ୍କୁ ଠାବ କରିଛି ନ୍ୟୁଜ୍ ସେଭେନ୍ ଟିମ୍। ଯେଉଁମାନେ କାଠଯୋଡି ନଦୀର, ବାଲୁକା ଶଯ୍ୟାରେ ଦୈନିକ ଅଭ୍ୟାସ କରୁଛନ୍ତି। ସେମାନଙ୍କ ଭିତରୁ କେହି କେହି ଏପ୍ରକାର ଆତ୍ମବିଶ୍ବାସ ମଧ୍ୟ ରଖିଛନ୍ତିଯେ, ଯଦି କେବେ ସୁଯୋଗ ମିଳିବ, ତାହାଲେ ଇଣ୍ଟରନ୍ୟାସନ୍ୟାଲ ଲେବଲ୍ରେ ମଧ୍ୟ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିବେ। ତେବେ କଣ ଏହି ଫୁଟବଲ ମାନିଆ, କିଭଳି ଢଙ୍ଗରେ ଚାଲିଛି ଏହି ଖେଳ, ଦେଖିବା ଏହି ରିପୋର୍ଟରେ।