suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

କଲେଜିୟମ୍ ବନାମ କେନ୍ଦ୍ର; ତିକ୍ତତା ଭିତରେ ଉପ-ରାଷ୍ଟ୍ରପତିଙ୍କୁ ସିଜେଆଇଙ୍କ ତେରଛା ଉତ୍ତର, କହିଲେ ସମ୍ବିଧାନର ମୂଳ ଢାଞ୍ଚା ‘ଧୃବ ତାରା’

25/01/2023 at 1:23 PM

ମୁମ୍ବାଇ: କଲେଜିୟମକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି । ଏହାରି ଭିତରେ ପୁଣି ଥରେ ଉପ-ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ମୁହାଁମୁହିଁ ହୋଇଛନ୍ତି । ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ସମ୍ବିଧାନର ମୂଳ ଢାଞ୍ଚାକୁ ବୁନିଆଦି କହିଛନ୍ତି । ସମ୍ବିଧାନର ଢାଞ୍ଚା ଧୃବ ତାରା ଭଳି ଏବଂ ଯେତେବେଳେ ରାସ୍ତା କଠିନ ହୋଇଥାଏ, ସେତେବେଳେ ସୁପ୍ରିମକୋର୍ଟ ମାର୍ଗଦର୍ଶକ ହୋଇଥାଏ ବୋଲି ସିଜେଆଇ କହିଛନ୍ତି । ଏହା ଜର୍ଜଙ୍କ କୁଶଳତା ଉପରେ ନିର୍ଭର କରିଥାଏ । କୌଣସି ସମୟରେ ପରିବର୍ତ୍ତନ ବେଳେ ସମ୍ବିଧାନର ମୂଳ ଢାଞ୍ଚା ଉପରେ ଧ୍ୟାନ ଦିଆଯାଏ ବୋଲି ମୁଖ୍ୟ ବିଚାରପତି ଉପ-ରାଷ୍ଟ୍ରପତିଙ୍କୁ କଥାରେ କଥାରେ ତେରଛା ଉତ୍ତର ଦେଇଛନ୍ତି ।

ବମ୍ବେ ବାର ଆସୋସିଏସନ୍ ଦ୍ବାରା ଆୟୋଜିତ ହୋଇଥିବା ୧୮ତମ୍ ନାନି ପାଲକିବାଲା ସ୍ମୃତି ଚାରଣ ସଭାରେ ଯୋଗ ଦେଇ ଏଭଳି କିଛି କହିଛନ୍ତି ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ । ସମ୍ବିଧାନର ଢାଞ୍ଚା ସର୍ବୋଚ୍ଚତା, ଆଇନର ଶାସନ, ସମ୍ବିଧାନର ଶକ୍ତିକୁ ଭାଗବଣ୍ଟା କରିଥାଏ,, ନ୍ୟାୟିକ ସମୀକ୍ଷା, ଧର୍ମନିରପକ୍ଷତା, ସମସ୍ତଙ୍କୁ ସ୍ବତନ୍ତ୍ରତା ଏବଂ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ଉପରେ ଆଧାରିତ । ସିଜେଆଇ କହିଛନ୍ତି, ନାନି ପାଲକିବାଲା ନଥିଲେ ଭାରତରେ ମୂଳ ସଂରଚନା ସିଦ୍ଧାନ୍ତ ମିଳିନଥାନ୍ତି ।

ଚନ୍ଦ୍ରଚୂଡ଼ କହିଛନ୍ତି, ବର୍ତ୍ତମାନର ପୀଢୀକୁ ଏସବୁ ଜଣାଅଛି, ସମ୍ବିଧାନ ହେଉଛି ଏକ ଅମୂଲ୍ୟ ଐତିହ୍ୟ । କୌଣସି ସମୟରେ ଏହାର ପରିଚୟ ନଷ୍ଟ କରିବେ ନାହିଁ । ସିଜେଆଇଙ୍କ ବୟାନ ଏଭଳି ସମୟରେ ଆସିଛି, ଯେଉଁ ସମୟରେ  ଉପ-ରାଷ୍ଟ୍ରପତି ଜଗଦୀପ୍ ଧନକଡ୍ ୧୯୭୩ ମହିଶୂର କେଶବାନନ୍ଦ ଭାରତୀ ନିଷ୍ପତ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଗୋଟିଏ ଖରାପ ସନ୍ଦେଶ ଦେଉଛି ବୋଲି କହିଥିଲେ ।

ସୁପ୍ରିମକୋର୍ଟଙ୍କ କେଶବାନନ୍ଦ ଭାରତୀ ଓ କେରଳ ସରକାରଙ୍କ ମାମଲାରେ  ସଂସଦରେ ସମ୍ବିଧାନ ପରିବର୍ତ୍ତନ ହୋଇଛି । ଏହାର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଧନକଡ଼ି କହିଛନ୍ତି, ସଂସଦର ନିଷ୍ପତ୍ତି ଅନ୍ୟ କୌଣସି ସଂସ୍ଥା  ଅଧୀନରେ ରହିବ ଏହା ଠିକ୍ ବୁଝାପଡୁନାହିଁ ।

   Related Posts