କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରର ଆଜି ଶେଷ ଦିନ
10/05/2018 at 5:06 AM

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ହାଇଭୋଲଟେଜ ନିର୍ବାଚନୀ ପ୍ରଚାରର ଆଜି ଶେଷ ଦିନ । ଭୋଟରଙ୍କୁ ଆକର୍ଷିତ କରିବାପାଇଁ କଂଗ୍ରେସ, ବିଜେପି ଓ ବାକି ରାଜନୈତିକ ଦଳଗୁଡିକ ଚଳାଇଥିବା ପ୍ରଚାର ଆଜି ସନ୍ଧ୍ୟା ୫ଟାରେ ଶେଷ ହେବ । କର୍ଣ୍ଣାଟକର ୨୨୪ଟି ବିଧାନସଭା ଆସନ ପାଇଁ ଶନିବାର ଦିନ ହେବ ଭୋଟ ଗ୍ରହଣ । କର୍ଣ୍ଣାଟକରେ ଏଥର ୨୧୯ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୬ ଶହ ୫୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୧୫ ତାରିଖରେ ଭୋଟଗଣତି ହେବ । କର୍ଣ୍ଣାଟକର ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ଆଜି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ ୟେଡୁରାପ୍ପା ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟାଙ୍କ ନିର୍ବାଚନମଣ୍ଡଳିର ବାଦାମିରେ ରୋଡ ଶୋ କରିବେ । ସେପେଟେ ଆଜି ବି ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଅନେକ ଜାଗାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନରେ ବାଜିମାତ୍ କରିବାପାଇଁ ବିଜେପି-କଂଗ୍ରେସ ପରସ୍ପରର ଗୋହି ଖୋଳିଛନ୍ତି, ଆରୋପ ପ୍ରତ୍ୟାରୋପରେ ପରସ୍ପରକୁ ଛନ୍ଦିବାକୁ ଚେଷ୍ଟା କରିଛନ୍ତି।