LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକରେ ବିଜେପିର ସରକାର ଗଠନକୁ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଅଖିଳ ଭାରତ କଂଗ୍ରେସ କମିଟି

18/05/2018 at 4:50 AM

କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ କହିଛି କଂଗ୍ରେସ । ଏଥିପାଇଁ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଅଖିଳ ଭାରତ କଂଗ୍ରେସ କମିଟି । ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ପ୍ରଦେଶ କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଛି ଏଆଇସିସି । ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ମଧ୍ୟ କୁହାଯାଇଛି । ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍ ସବୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖିଛନ୍ତି । ପ୍ରତ୍ୟକ ରାଜ୍ୟର କଂଗ୍ରେସ କର୍ମୀମାନେ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବେ । ଗତକାଲି ଯେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବକୁ ବିରୋଧ କରି କର୍ଣ୍ଣାଟକ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ କଂଗ୍ରେସ ଓ ଜେଡିଏସ୍ ନେତା । ତେବେ ରାଜ୍ୟ କଂଗ୍ରେସ ପକ୍ଷରୁ ସାଢେ ଆଜି ସାଢେ୧୦ଟାରେ ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀ ଧାରଣା ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply

   Related Posts