scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କରଣଙ୍କ ଶୋ’ରେ ଇଣ୍ଡଷ୍ଟ୍ରିର ସିକ୍ରେଟ୍‌ ଖୋଲିଲେ ଶ୍ରଦ୍ଧା, କହିଲେ-ମୋର କେହି ନାହାନ୍ତି ଗଡ୍‌…

5/05/2023 at 8:49 AM

ମୁମ୍ଵାଇ ୦୫।୦୫: କରଣ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରଣ। ସେହି ଶୋ’ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଜଣାପଡିଥାଏ। ସେଲିବ୍ରେଟିମାନେ ଏପରି ଫ୍ରାଙ୍କ୍‌ଲି ଷ୍ଟେଟେମେଣ୍ଟ ଦେଇଥାନ୍ତି । ଯାହା ସେମାନେ ଗଣମାଧ୍ୟମରେ ପ୍ରକାଶ କରିବାକୁ ହଡବଡ ହୋଇଯା’ନ୍ତି। ତେବେ ନିକଟରେ କଫି ଓ୍ବିଥ୍‌ କରଣ ଶୋ ରେ ଶ୍ରଦ୍ଧା କପୁର ତାଙ୍କ ସାଥୀ ଅଭିନେତ୍ରୀଙ୍କୁ ନେଇ ଏପରି ଏକ ବିବୃତ୍ତି ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ବହୁତ ଶାନ୍ତ ଏବଂ ବାଲାନ୍ସଡ୍‌ କଥାବାର୍ତ୍ତା କରୁଥିବା କ୍ୟାଟୋଗୋରୀରେ ରୁହନ୍ତି। ସେ ନିଜକୁ ବିବାଦରୁ ସବୁବେଳେ ଦୂରେଇ ରଖିଥାନ୍ତି। କିନ୍ତୁ ଯେତେବେଳେ ବି ସୁଯୋଗ ମିଳେ, ସେ ନିଜ କଥାକୁ ରଖିବାକୁ ହାତଛଡ଼ା କରନ୍ତି ନାହିଁ। ତେବେ ଶ୍ରଦ୍ଧା କପୁର କଫି ଓ୍ବିଥ୍‌ କରଣ ଶୋ’ ରେ ତାଙ୍କ ଅଭିନେତ୍ରୀମାନେ ଇଣ୍ଡଷ୍ଟ୍ରିରେ ପାଇଥିବା ଫାଇଦା ବିଷୟରେ କହିଥିଲେ।

ଶୋ ରେ ରାପିଡ୍‌ ଫାୟାର୍‌ ଗେମ୍‌ରେ ଶ୍ରଦ୍ଧା ତାଙ୍କ ମନକଥା ସବୁ ବଖାଣିଥିଲେ। କିପରି ସେ ବଡ ବଡ ସେଲିବ୍ରେଟିଙ୍କ ସହ ସମ୍ପର୍କରେ ନ ରହିବା ଯୋଗୁ ଇଣ୍ଡଷ୍ଟ୍ରିରେ ଅନେକ ଥର କ୍ଷତି ସହିବାକୁ ପଡିଛି। ତେବେ ଗେମ୍‌ରେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା ଯେ, ତାଙ୍କ ସାଥୀ ଅଭିନେତ୍ରୀମାନଙ୍କ ପାଖରେ ଏମିତି କ’ଣ ଜିନିଷ ଅଛି ଯାହା ତାଙ୍କ ପାଖରେ ନାହିଁ। କରଣ ଜୋହର ଗୋଟି ଗୋଟି କରି ଅଭିନେତ୍ରୀମାନଙ୍କ ନାଁ ନେଇଥିଲେ । ଶ୍ରଦ୍ଧା ଉତ୍ତର କହିଥଲେ। ପରିଣୀତଙ୍କ ପାଖରେ ଆଦି ଚୋପ୍ରା, ସୋନାକ୍ଷୀଙ୍କ ପାଖରେ ସଲମାନ ଖାନ୍‌ ଏବଂ ଆଲିଆଙ୍କ ପାଖରେ ଆପଣ ଅଛନ୍ତି। ତେବେ ଏହି ଭାଇରାଲ କ୍ଲିପ୍‌ ନିକଟରେ ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମ୍‌ ଫ୍ୟାନ ପେଜ୍‌ରେ ସେୟାର କରାଯାଇଛି। ଯେଉଁଥିରେ ଫ୍ୟାନ୍ସମାନେ ଭିଡିଓକୁ ବହୁତ ମାତ୍ରାରେ ଦେଖିବା ସହ କମେଣ୍ଟସ୍‌ ମଧ୍ୟ କରିଛନ୍ତି।

   Related Posts